ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନରେ ଆତ୍ମଘାତୀ ବୋମା ବିଷ୍ପୋରଣ । ଡେରା ଇସ୍ମାଇଲ୍ ଖାଁ ଜିଲ୍ଲାର ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଡାକ୍ତରଖାନାର ମୁଖ୍ୟ ଫାଟକରେ ଜଣେ ମହିଳା ନିଜ ଦେହରେ ବମ ବ୍ଲାଷ୍ଟ କରି ତିନିଜଣ ପାକିସ୍ତାନ ପୋଲିସଙ୍କୁ ମାରି ଦେଇଛି । ୩ ଜଣ ପୋଲିସଙ୍କ ସମେତ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ସକାଳ ୮ ଟାରେ ଏହି ବିଷ୍ପୋରଣ ହୋଇଛି । ଜଣେ ମହିଳା ନିଜ ଦେହରେ ଆତ୍ମଘାତି ବିଷ୍ପୋରଣ କରି ଏହି ନରସଂହାର କରିଛି । ଏଥିରେ ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି । ଆତ ମାନଙ୍କୁ ଏବେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଶବ ଓ ଆହତମାନଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗକୁ ନେଇ ଯାଇଥିଲେ। ତିନି ଜଣ ଆହତ ବ୍ୟକ୍ତିଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।