ଇତ୍ସାଏଲ (ଏଟିଆର ବ୍ୟୁରୋ): ଦିନକୁ ଦିନ ଯେଉଁଭଳି ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହାଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏହାଉପରେ କାବୁ ପାଇବା ସହ ସଂକ୍ରମଣ ଯେପରି ନବ୍ୟାପିବ ସେଥିପାଇଁ ବିଭିନ୍ନ ଦେଶରେ ଲକଡାଉନ ଓ ସଟ ଡାଉନ ପ୍ରକ୍ରିୟା ଜାରି ରଖିଥିଲେ । ହେଲେ ଏବେ ଅନେକ ଦେଶ ଏହି ଲକଡାଉନ ଓ ସଟ ଡାଉନକୁ ନିଜ ଦେଶରୁ ହଟାଇ ଦେଇଥିବା ଫଳରେ ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ।
ଅନ୍ୟପଟେ ବଦ୍ଧିତ ସଂକ୍ରମଣଙ୍କ ସଂଖ୍ୟାକୁ କମାଇବା ପାଇଁ ଏବଂ ମହାମାରୀର ସଂକ୍ରମଣ ଯେପରି ନବ୍ୟପିବ ସେଥିପାଇଁ ଏବେ ଇତ୍ସାଏଲ ନିଜ ଦେଶରେ ପୁନରବାର ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛି । ଦ୍ୱିତୀୟ ଥର ପାଇଁ ଇତ୍ସାଏଲ ପ୍ରଧାନମନ୍ତ୍ରୀ ଦେଶବ୍ୟାପି ଏହି ଲକଡାଉନ ଘୋଷଣା କରିଛନ୍ତି । ପ୍ରେସ କନଫରେନ୍ସ କରି ସେ କ୍ୟାବିନେଟର ଏହି ନିଷ୍ପତ୍ତି ସମ୍ପର୍କରେ ଦେଶବାସୀଙ୍କୁ ଜଣାଇଛନ୍ତି । ତିନି ସପ୍ତାହ ପାଇଁ ଲାଗୁ ହୋଇଥିବା ଏହି ଲକଡାଉନ ଅକ୍ଟୋବର ୯ ରେ ଶେଷ ହେବ ।
ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, “ମୁଁ ଜାଣେ ଏଥିପାଇଁ ଆମ ସମସ୍ତଙ୍କୁ ଭାରି ମୂଲ୍ୟ ଦେବାକୁ ପଡିବ। ଏଗୁଡିକ ଛୁଟିଦିନ ନୁହେଁ । ଆମେ ଆମ ପରିବାର ସହ ଉତ୍ସବ ପାଳନ କରିବା ସ୍ଥିତିରେ ନାହୁଁ । ” ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ସମସ୍ତ ଲୋକ ନିୟମ ପାଳନ କରନ୍ତି ତେବେ କରୋନା ଜୀବାଣୁ ପରାସ୍ତ ହେବେ । ଟିକା ଏବଂ ଦ୍ରୁତ ପରୀକ୍ଷା ପ୍ରକ୍ରିୟା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ତାଙ୍କ ଟେଲିଭିଜନ ଠିକଣାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦ୍ୱିତୀୟ ଥର ପାଇଁ କଡା ପ୍ରତିବନ୍ଧକ ଲାଗୁ କରିବାରେ ଇସ୍ରାଏଲ୍ ସାରା ବିଶ୍ୱର ପ୍ରଥମ ଦେଶ ହୋଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024