ମୁମ୍ବାଇ (ଏଟିଆର ବ୍ୟୁରୋ): ମୁମ୍ବାଇରେ ପାଞ୍ଚଦିନ ରହିବା ପରେ ସୋମବାର ଦିନ ଭଉଣୀ ରଙ୍ଗୋଲିଙ୍କ ସହ ମନାଲି ଫେରିଛନ୍ତି ବଲିଉଡ କୁଇନ କଙ୍ଗନା ରନାୱାତ । ସେ ସେପ୍ଟେମ୍ବର ୯ ରେ ମୁମ୍ବାଇରେ ଆସିଥିଲେ । ଏହାରେ କିଛିଦିନ ରହିବା ସହ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଙେଟି ନିଜ ସହ ହୋଇଥିବା ସମସ୍ତ ଘଟଣା ସମ୍ପର୍କରେ କହିବା ସହ ନ୍ୟାୟ ମାଗିଥିଲେ । ତେବେ କଙ୍ଗନା ଆଜି ମୁମ୍ବାଇରୁ ନିଜ ଘର ମନାଲିକୁ ଫେରିଯାଇଛନ୍ତି ।
ସେ ମୁମ୍ବାଇରୁ ବାହାରି ଚଣ୍ଡିଗଡ଼ରେ ପହଞ୍ଚିବା ପରେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁମ୍ବାଇରେ ଆଉ ସୁରକ୍ଷା ନାହିଁ’ । ସେ ଏହାର କାରଣକୁ ଶିବସେନା ସୋନିଆ ସେନା ବୋଲି ଦର୍ଶାଇଥିଲେ । କଙ୍ଗନା ଟ୍ୱିଟ୍ କରି କହିଛନ୍ତି, ‘ମୁଁ ଚଣ୍ଡିଗଡ଼ରେ ଅବତରଣ କରିବା ମାତ୍ରେ ମୋର ସୁରକ୍ଷା ନାମ ରହିଆସିଛି, ଲୋକମାନେ ମୋତେ ଖୁସିରେ ଅଭିନନ୍ଦନ ଜଣାଉଛନ୍ତି, ଲାଗୁଛି ମୁଁ ଏଥର ବଞ୍ଚିଛି, ଗୋଟିଏ ଦିନ ଥିଲା ଯେତେବେଳେ ମୁଁ ଆଜି ମୁମ୍ବାଇରେ ମା’ଙ୍କ କୋଳରେ ନିଶ୍ଚିତରେ ଶୋଇଲା ଭଳି ଶୋଇ ପଡୁଥିଲି । ମାତ୍ର ଯେବେଠାରୁ ଶିବସେନା ଓ ସୋନିଆ ସେନା ଗଠନ ହୋଇଥିଲା, ସେବେଠାରୁ ମୁମ୍ବାଇରେ ଆତଙ୍କବାଦୀ ପ୍ରଶାସନ କରୁଛି ବୋଲି କଙ୍ଗନା ନିଜ ଟ୍ୱିଟରେ ଲେଖିଛନ୍ତି ।
ଏହାପୂର୍ବରୁ ଅଭିନେତ୍ରୀ ମୁମ୍ବାଇ ଛାଡିବା ଆଗରୁ ଦୁଇଟି ଟ୍ୱିଟ୍ କରିଥିଲେ । ପ୍ରଥମ ଟ୍ୱିଟରେ ସେ କହିଛନ୍ତି, ‘ମୁଁ ମୁମ୍ବାଇରୁ ଭାରି ହୃଦୟକୁ ଯାଉଛି, ଯେଉଁଭଳି ଭାବେ ମୁଁ ଆତଙ୍କିତ ହୋଇ ଆସୁଥିଲି ଏବଂ ମୋର କାର୍ୟ୍ୟ ସ୍ଥାନ ପରେ ମୋ ଘର ଭାଙ୍ଗିବା ପାଇଁ ମୋତେ ବାରମ୍ବାର ଆକ୍ରମଣ କରାଯାଇଥିଲା ଏବଂ ଦୁର୍ବ୍ୟବହାର କରାଯାଇଥିଲା । ମୋ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସୁରକ୍ଷା କର୍ମୀମାନେ ସଚେତନ ଥିଲେ। କହିବା ଉଚିତ୍ ଯେ ମୁଁ ଚକ୍ଟକ ବିଷୟରେ ଯାହା କହିଥିଲି ତାହା ଠିକ୍ ଥିଲା ।
ସେହିଭଳି ଦ୍ୱିତୀୟ ଟ୍ୱିଟ୍ରେ ଅଭିନେତ୍ରୀ ଲେଖିଛନ୍ତି, ‘ଯେତେବେଳେ ରକ୍ଷକ ଭକ୍ଷକ ସାଜିବା ନେଇ ଘୋଷଣା କରିବ , ସେତେବେଳେ ଗଣତନ୍ତ୍ରର ହତ୍ୟା ହୋଇଥାଏ । ସେମାନେ ମତେନଦୁର୍ବଳ ଭାବି ବଡ ଭୁଲ କରିଛନ୍ତି । ଜଣେ ମହିଳାଙ୍କୁ ଭୟଭୀତ କରିବା ଏବଂ ତାଙ୍କୁ ଅପମାନିତ କରିବା, ଫଳରେ ନିଜର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଥାଏ ।’ ବୋଲି କଙ୍ଗନା ଟ୍ୱିଟ କରିଛନ୍ତି ।
ଅନ୍ୟପଟେ କଙ୍ଗନାଙ୍କୁ ମୁମ୍ବାଇ ବିଏମସି ପକ୍ଷରୁ ପୁଣିଥରେ ନୋଟିସ ପଠାଯାଇଛି । ବିଏମସିର ନୋଟି ଅନୁଯାୟୀ କଙ୍ଗନାଙ୍କ ଅଫିସ ଭଳି ତାଙ୍କ ଘର ମଧ୍ୟ ବେଆଇନ ନିର୍ମାଣ ନିର୍ମିତ ହୋଇଛି । ତେବେ ଦେଖିବାକୁ ବାକି ରହିଲା କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କର ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ଆଗକୁ କେଉଁ ମୋଡ ନେଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024