ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଦେଶୀଗର୍ଲ ପ୍ରିୟଙ୍କ ଚୋପ୍ରା ଗତ ସପ୍ତାହ ଜୁଲାଇ ୧୮ ରେ ଜନ୍ମଦିନ ପାଳନ କରିଥିଲେ । ଏହି ଦିନକୁ ଖାସ୍ କରିବା ପାଇଁ ମା’ ମଧୁ ଚୋପ୍ରା ଏବ ଂ ପତି ନିକ୍ ଜୋନସଙ୍କ ସହିତ ମିଆମି ରେ ପହଁଚିଥିଲେ । ସେଠାରେ ସେ ତାଙ୍କ ବନ୍ଧୁ ଏବଂ ପରିବାର ସହ ମିଶି ପାର୍ଟି ମଧ୍ୟ କରିଥିଲେ । ଏବେ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଜନ୍ମ ଦିନ ଅବସରର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ସେହି ଫଟୋ ମଧ୍ୟରୁ ଗୋଟେ ଫଟୋରେ ପ୍ରିୟଙ୍କା , ନିକ୍ ଏବଂ ତାଙ୍କ ମା’ ମଧୁ ଚୋପ୍ରା ଏକାଠି ବସି ସିଗାରେଟ୍ ଟାଣୁ ଥିବାର ଦେଖିବାକୁ ମିଳିଛି ।
Priyanka Chopra trying to cure the Asthma she developed on Diwali! pic.twitter.com/ifvKNNiwpE
— Aviral sharma (@sharmaAvl) July 21, 2019
ଏହି ଫଟୋରେ ପ୍ରିୟଙ୍କାଙ୍କୁ ସିଗାରେଟ୍ ପିଉଥିବାର ଦେଖି ୟୁଜର୍ସ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି ଏଭଳି କେଉଁ ଅସ୍ଥମା ଯାହା ଦୀପାବଳୀକୁ ହୋଇଥାଏ । ସେହି ପରି ଆଉ ଜଣେ ୟୁଜର୍ସ କହିଛନ୍ତି , ଦୀପାବଳୀର ବାଣରେ ପ୍ରିୟଙ୍କାଙ୍କର ଆସ୍ଥମା ବାହାରି ଥିଲା । ଏବେ ଆପଣ ଶୁଦ୍ଧ ବାୟୁ ଯନ୍ତ୍ରର ପ୍ରୟୋଗ କରୁଛନ୍ତି?
ପ୍ରିୟଙ୍କା ଏଭଳି ଟ୍ରୋଲରଙ୍କ ଶିକାର ହେବାର କାରଣ ହେଉଛି ପ୍ରକୃତରେ ଦୀପାବଳୀରେ ପ୍ରିୟଙ୍କା କହିଥିଲେ କି ତାଙ୍କୁ ଅସ୍ଥମା ରୋଗ ଅଛି ଏବଂ ଧୂମ୍ରପାନକୁ ସେ ଘୃଣା କରନ୍ତି । ଏହାସହିତ ଦୀପାବଳୀ ଅବସରରେ ପ୍ରିୟଙ୍କା ଏକ ଭିଡିଓ ସେୟାର କରି ଧୂଆଁ ମୁକ୍ତ ଦୀପାବଳୀ ପାଳନ କରିବାକୁ ଅପିଲ କରିଥିଲେ ।