ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ): ୭ ଦିନିଆ ଆମେରିକା ଗସ୍ତରେ ଥିବା ମୋଦି ଆଜି ହ୍ୟୁଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା “ ହାଓଡି ମୋଦି’’ କାର୍ଯ୍ୟକ୍ରମରେ ସାମିଲ ହେବେ । ପାଖାପାଖି ୫୦ ହଜାରରୁ ଅଧିକ ଭାରତୀୟ ଓ ଆମେରିକୀୟ ଅପେକ୍ଷା କରି ରହିଛନ୍ତି ମୋଦିଙ୍କୁ ସ୍ୱାଗତ କରିବା ପାଇଁ । ଏଥିପାଇଁ ହ୍ୟୁଷ୍ଟେନ ସହର ଉତ୍ସବ ମୁଖର ହୋଇ ଉଠିିଛି । ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମରେ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୫୦ ହଜାର ଭାରତୀୟ-ଆମେରିକା ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ମୋଦୀ ଏବଂ ଟ୍ରମ୍ପ୍ ଗୋଟିଏ ମଂଚରେ ଉଦ୍ବୋଧନ ଦେବା ଭାରତ-ଆମେରିକା ସଂପର୍କରେ ଏକ ନୂଆ ଅଧ୍ୟାୟ ବୋଲି ହଷ୍ଟନ ମେୟର ସିଲ୍ଭେଷ୍ଟର ଟର୍ନର କହିଛନ୍ତି। ହଷ୍ଟନରେ ହାଓଡି ମୋଦୀ କାର୍ଯ୍ୟକ୍ରମ ଉପଲକ୍ଷେ ଏକ କାର୍ ରାଲି ଅନୁଷ୍ଠିତ ହୋଇଯାଇଛି । ତେବେ ଆଜିର ଏହି କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଜାତିସଂଘ ଜଳବାୟୁ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।