ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ଲାଗି ରହିଥିବା ବିବାଦର ସମାଧାନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଛନ୍ତି । କାଶ୍ମୀରରେ ଲାଗି ରହିଥିବା ବିବାଦର ମୁଖ୍ୟ କାରଣ ଧର୍ମ ବୋଲି କହିଛନ୍ତି ଟ୍ରମ୍ପ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଫଳ କଶ୍ମୀର ସମସ୍ୟା ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଟ୍ରମ୍ପ ଏହି ବିବାଦର ସମାଧାନ କରିବା ପାଇଁ ଏହି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇଛା ପ୍ରକଟ କରିଥିଲେ । ମାତ୍ର ଭାରତ ପକ୍ଷରୁ କୁହା ଯାଇଥିଲା ଏହା ଦୁଇ ଦେଶର ମାମଲା ଏହାର ସମାଧାନ ଏମିତି ହୋଇ ପାରିବ ନାହିଁ ।
ଏବେ ପୁଣି ଆଉଥରେ ଟ୍ରମ୍ପ ଏହି ପ୍ରସଙ୍ଗ ଉଠାଇଛନ୍ତି । ଫ୍ରାନ୍ସରେ ହେବାକୁ ଥିବା ଜି-୭ ବୈଠକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏ ନେଇ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଫୋନ୍ କରି ଟ୍ରମ୍ପଙ୍କୁ ମଧ୍ୟସ୍ଥି ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ଟ୍ରମ୍ପ ମଧ୍ୟ ମଧ୍ୟସ୍ଥି ପାଇଁ ରାଜି ହୋଇଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଚାହିଁବେ ସେ ମଧ୍ୟସ୍ଥି କରିବେ ବୋଲି କହିଥିଲେ।
ପୁଣି ଏକ ସାମ୍ବାଦିକ ସମ୍ମୀଳନିରେ ଟ୍ରମ୍ପ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାଁ ଉତ୍ତମ ମିତ୍ର, ବାଣିଜ୍ୟ, ସାମରିକ ଭାଗିଦାରୀ, ସବୁଠୁ ବଡ଼ କଥା କଶ୍ମୀରରେ ଉତ୍ତେଜନା ହ୍ରାସ ନିମନ୍ତେ ଭାରତ ଏବଂ ପାକିସ୍ତାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ କଥାବାର୍ତ୍ତା କରିଛି। ସମସ୍ୟାର ସମାଧାନ ପାଇଁ ଯଥାସମ୍ଭବ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି କହିଛନ୍ତି।