ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ପ୍ରଥମ ମ୍ୟାଚରେ ବିଜୟ ହୋଇଛି ଇଂଲଣ୍ଡ । ଘରୋଇ ପରିବେଶରେ ଦଳ ବଡ ବିଜୟ ହାସଲ କରିଛି । ଉଦଘାଟନୀ ମ୍ୟାଚରେ ୧୦୪ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଦଳକୁ ଛୁଟିଛିୁ ପ୍ରଂଶସାର ସୁଅ । ଇଂଲଣ୍ଡର ଦ୍ରୃତ ବୋଲରଙ୍କ ଆଗରେ ହାର ମାନିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ ମାତ୍ର ଦୁଇ ଦଣ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ଇଂଲଣ୍ଡ ନିର୍ଦ୍ଧାରିତ ଓଭର ମଧ୍ୟରେ ୮ୱିକେଟ ହରାଇ ୩୧୧ ରନ କରିଥିଲା । ଦଳ ପ୍ରଥମ ଓଭରରୁ ଜନି ବେୟାଷ୍ଟଙ୍କୁ ହରାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦଳର ୪ଜଣଙ୍କ ଅର୍ଦ୍ଧ ଶତକ ବିଶାଳ ସ୍କୋର କରିବାରେ ସମର୍ଥ ହୋଇଥିଲା । ଜସନ ରୟ,ବେନ ଷ୍ଟୋକ୍ସ,ରୁଟ ଏବଂ ମର୍ଗାନ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ । ଦଳର ବାକି ଖେଳାଳି ସେମିତି ବଡ ସ୍କୋର କରିନଥିଲେ କିନ୍ତୁ ଏହି ଚାରି ଜଣଙ୍କ ସ୍କୋର ପାଇଁ ଦଳ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିଥିଲା ।
୩୧୨ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୩୯ ଓଭର ୫ଟି ବଲରେ ଚିତ ପଟାଙ୍ଗ ମାରିଥିଲା । ମାତ୍ର ୨୦୭ ରନରେ ଅଲଆଉଟ ହୋଇଥିଲା ଦଳ । ଦଳ ପକ୍ଷରୁ ଡିକକ ସର୍ବାଧିକ ୬୮ ରନ କରିଥିଲେ । ଇଂଲଣ୍ଡର ଦୃତ ବୋଲରଙ୍କୁ ସାମନା କରି ପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ଇଂଲଣ୍ଡ ବୋଲର ଜୋଫ୍ରା ଆଚର ୩ଟି ୱିକେଟ ଅକ୍ତିଆର କରିଥିଲେ ।