ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି କରୋନା ତାର କାୟା ବିସ୍ତାର କରିଥିବା ବେଳେ ଆମେରିକାକୁ କଲବଲ କରି ରଖିଛି । ଆମେରିକାରେ ହୁ ହୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହି ଅଦୃଶ୍ୟ ଭାଇରସ କେବଳ ମଣିଷଙ୍କୁ ହେଉଛି ତାହା ନୁହେଁ ଏବେ ପଶୁଙ୍କୁ ମଧ୍ୟ କବ୍ଚା କରିଛି । ଆଜ୍ଞା ହଁ ନ୍ୟୁୟର୍କରେ ଦୁଇଟି ପୋଷା ବିଲେଇ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ଭାଇରସ ପଶୁଙ୍କୁ ହେବା ଏହା ଆମେରିକାର ପ୍ରଥମ ମାମଲା ।
ଆମେରିକାର କୃଷି ବିଭାଗ ଏବଂ ସଂଘୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି କି,ଏହି ଦୁଇ ବିଲେଇଙ୍କର ନିଶ୍ୱାସ ନେବାରେ ସାମନ୍ୟ ସମସ୍ୟା ଦେଖା ଦେଇଛି ଏବଂ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ସେ ଯେଉଁ ଘରେ ରହୁଛନ୍ତି ସେଠାକାର ମନୁଷ୍ୟ ବା ପଡୋଶୀ ସଦସ୍ୟଙ୍କ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ମାତ୍ର ପୋଷା ପଶୁଙ୍କୁ ନେଇ ଡରିବାର କୌଣସି ଆବଶ୍ୟକ ନାହିଁ । କାରଣ ସେମିତି କିଛି ପ୍ରମାଣ ନାହିଁ କି ପଶୁଙ୍କ ଠାରୁ ସଂକ୍ରମଣ ବ୍ୟାପୁଛି ।
ଆମେରିକି ଅଧିକାରୀ ମୁତାବକ, କିଛି ମନୁଷ୍ୟଙ୍କ ଠାରୁ ପଶୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏଭଳି କୌଣସି ସଂକେତ ନାହିଁ କି ପଶୁଙ୍କ ଠାରୁ ମନୁଷ୍ୟ ସଂକ୍ରମିତ ହେଉଛନ୍ତି ।