ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସକୁ ନେଇ ବ୍ରିଟେନର ଏକ ବୈଜ୍ଞାନିକ ଦାବି କରିଛନ୍ତି । ସେ କହିଛନ୍ତି କି, କରୋନା ଭାଇରସର ନୂତନ ଭ୍ୟାରିଏଣ୍ଟ ‘କେଣ୍ଟ’ ସାରା ଦୁନିଆରେ ବ୍ୟାପିବ ।
ବ୍ରିଟେନର ଜେନେଟିକ ସର୍ଭିଲାନ୍ସ ପ୍ରୋଗ୍ରାମର ପ୍ରମୁଖଙ୍କ କହିବାନୁଯାୟୀ, ବ୍ରିଟେନର କେଣ୍ଟ ଅଞ୍ଚଳରୁ ମିଳିଥିବା କରୋନା ଭାଇରସର ନୂତନ ଭ୍ୟାରିଏଣ୍ଟ ସାରା ଦୁନିଆରେ ବ୍ୟାପିବାର ସମ୍ଭାବନା ରହିଛି । ଏହାସହିତ ଭାଇରସ ବିରୋଧରେ ଲଢିବା ପାଇଁ ପ୍ରାୟତ ଏକ ଦଶନ୍ଧି ସମୟ ଲାଗିଯିବ ।
କୋଭିଡ୧୯ ଜିନୋମିକ୍ସି ୟୁକେ ର କଂସୋର୍ଟିୟମର ନିର୍ଦ୍ଦେଶକ ଶୋରେନ୍ ପିକକ ଏକ ମିଡିଆ ରିପୋର୍ଟରେ କହିଛନ୍ତି କି, କରୋନା ଭାଇରସ ଭ୍ୟାରିଏଣ୍ଟ ସାରା ବ୍ରିଟେନରେ ବ୍ୟାପି ଯାଇଛି ଏବଂ ଏହାର ପୁରା ସମ୍ଭାବନା ରହିଛି କି ଏହା ସାରା ଦୁନିଆକୁ ନିଜ କବଳରେ କବଳିତ କରିବ ।