ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତକୁ ଶହେଟି ଭେଣ୍ଟିଲେଟର ଦେଲା ଆମେରିକା । ଆମେରିକାର ରାଜଦୂତ କେନେଥ ଆଇ ଜଷ୍ଟର ମଙ୍ଗଳବାର ଭାରତୀୟ ରେଡକ୍ରସକୁ ୧୦୦ ଟି ଭେଣ୍ଟିଲେଟର ପ୍ରଦାନ କରିଛନ୍ତି । ୟୁନାଇଟେଡ ଷ୍ଟେଟ ଏଜେନ୍ସି ଫର୍ ଇଂଟରନାସନାଲ ଡେଭଲପମେଣ୍ଟ ପକ୍ଷରୁ ପଠାଇବାକୁ ଥିବା ୨୦୦ ଭେଣ୍ଟିଲେଟରରୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ଭେଣ୍ଟଲେଟର ପ୍ରଦାନ କରାଯାଇଛି । ଭାରତକୁ ଭେଣ୍ଟିଲେଟର ଦେବାକୁ ନେଇ ମେ ୧୬ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ।
କରୋନା ଲଢେଇରେ ଭେଣ୍ଟିଲେଟରର ବହୁତ ଆବଶ୍ୟକତା ରହିଛି । କୋଭିଡ ୧୯ର ଗୁରୁତର ରୋଗୀ ଭେଣ୍ଟିଲେଟର ପାଇଁ ବଞ୍ଚି ଯାଉଛନ୍ତି । ଆମେରିକା କମ୍ପାନୀ ଜୋଲ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ୧୦୦ ଟି ଭେଣ୍ଟିଲେଟର ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରେ କରାଯାଇଛି ।
ସୋମବାର ସରକାରଙ୍କ ଜଣେ ଅଧିକାରୀ କହିଥିଲେ କି, ଆମେରିକାରୁ ଡୋନେସନ ରୂପେ ଏୟାର ଇଣ୍ଡିଆ ବିମାନ ଯୋଗେ ୧୦୦ ଟି ଭେଣ୍ଟିଲେଟର୍ସ ଆସୁଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ରେଡକ୍ରସ ସୋସାଇଟି ପକ୍ଷରୁ ମ୍ୟାନେଜ କରାଯାଉଛି ।