ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଅସ୍ତ୍ର ବିକ୍ରୟ ବୃଦ୍ଧି କରିବାକୁ ଆମେରିକା ଯୋଜନା କରିଛି । ରିପୋର୍ଟ ଅନୁଯାଇ ଏହି ଅସ୍ତ୍ରଶସ୍ତ୍ରରେ ସଶସ୍ତ୍ର ଡ୍ରୋନ ମଧ୍ୟ ଅନ୍ତର୍ଭୁକ୍ତ ଯାହା ୧୦୦୦ ପାଉଣ୍ଡରୁ ଅଧିକ ବୋମା ଏବଂ କ୍ଷେପଣାସ୍ତ୍ର ନେଇପାରେ । ପୂର୍ବ ଲଦାଖର ଗାଲଭାନ ଉପତ୍ୟାକାରେ ଭାରତ ଏବଂ ଚୀନର ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଏହି ପଦକ୍ଷେପ ଗୁରୁତ୍ତପୂର୍ଣ୍ଣ ଅଟେ । ୧୫ ଜୁନ ଦିନ ଏହି ସଂଙ୍ଘର୍ଷରେ ଭାରତାୟ ସେନାର ୨୦ ଜଣ ଜବାନ ସହିଦ ହୋଇଥିଲେ । ଚୀନର ସୈନିକ ମଧ୍ୟ ନିହତ ହୋଇଥିଲେ ।
ଆମେରିକା ଏଜେନ୍ସିର ରିପୋର୍ଟ ଅନୁଯାଇ ୩୫ ଜଣ ଚୀନ ସୈନିକଙ୍କ ମୃତ୍ୟୁ ଘଟିଛି । ଆମେରିକା ଅଧିକାରୀ ତଥା ସଂସଦ ସହାୟକଙ୍କ ସହ ହୋଇଥିବା ସାକ୍ଷାତକାରକୁ ଆଧାର କରି ଏକ ରିପୋର୍ଟରେ କହିଛି ଯେ , ଭାରତ ଏବଂ ଚୀନ ସୀମାରେ ହିଂସାତ୍ମକ ସଂଙ୍ଘର୍ଷକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅସ୍ତ୍ର ବିକ୍ରୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଏହା ୱାଶିଂଟନ ଏବଂ ବେଜିଂ ମଧ୍ୟରେ ଆଉ ଏକ ତିକ୍ତତା ସୃଷ୍ଟି କରିବ ।
ଏହି ପତ୍ରିକା ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଆମେରିକା ଗତ କିଛି ମାସ ମଧ୍ୟରେ ଭାରତକୁ ନୂତନ ଅସ୍ତ୍ର ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ ସଶସ୍ତ୍ର ଡ୍ରୋନ ଭଳି ଉନ୍ନତମାନର ଅସ୍ତ୍ର ପ୍ରଣାଳୀ ଉଚ୍ଚସ୍ତ୍ରରୀୟ ପ୍ରଯୁକ୍ତି ବିଦ୍ୟା ମଧ୍ୟ ସାମିଲ ହୋଇଛି । ଭାରତରେ ବିଦେଶୀ ଅଂଶିଦାର ମାନଙ୍କୁ ସାମରିକ ସ୍ତରର ଡ୍ରୋନ ବିକ୍ରିକୁ ବାରଣ କରାଯାଇଛି ।
ରିପୋର୍ଟରେ କୁହାଯାଇଛି କି ଆମେରିକାକୁ ସଶସ୍ତ୍ର ଡ୍ରୋନର ବିକ୍ରି ପାଇଁ ବିଚାର କରିବାର ଅନୁମତି ଦେବ । ପୂର୍ବରୁ ସେମାନଙ୍କ ଗତି ଏବଂ ଭାର କାରଣରୁ ସୀମିତ ଥିଲା । ଏନେଇ ଜଣେ ସାଂସଦ ବୈଦେଶିକ ନୀତିକୁ କହିଛନ୍ତି ଯେ ସେମାନେ ଭାରତକୁ ସଶସ୍ତ୍ର ଅସ୍ତ୍ର ଯୋଗାଇବାକୁ ଯାଉଛନ୍ତି ।