ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକାରେ ଦିନକୁ ଦିନ କରୋନା ବେକାବୁ ହେବାକୁ ଲାଗିଛି । ପ୍ରତ୍ୟକ ଦିନ ଆମେରିକାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ କରୋନାର ଚିକିତ୍ସା ପାଇଁ ଏବେ ଆମେରିକା ଭାରତରେ ତିଆରି ହେଉଥିବା ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ଲୋରକ୍ୱିନ ବ୍ୟବହାର କରୁଛି । ତେବେ ଭାରତ ପକ୍ଷରୁ ହାଇଡ୍ରୋକ୍ଲୋରକ୍ୱିନ ରପ୍ତାନୀ କରିବାକୁ ନିଷ୍ପତ୍ତି ହେବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରଶଂସା କରିଛନ୍ତି । ଏନେଇ ଡୋନାଲ୍ଡ ଟ୍ରମ୍ପ ଏକ ଟ୍ୱିଟ ମଧ୍ୟ କରିଛନ୍ତି ।
Extraordinary times require even closer cooperation between friends. Thank you India and the Indian people for the decision on HCQ. Will not be forgotten! Thank you Prime Minister @NarendraModi for your strong leadership in helping not just India, but humanity, in this fight!
— Donald J. Trump (@realDonaldTrump) April 8, 2020
ଟ୍ୱିଟ କରି ଭାରତକୁ ଧନ୍ୟବାଦ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ସେ ଲେଖିଛନ୍ତି ଖାଲି ଭାରତ ନୁହେଁ ସାରା ମାନବ ସମ୍ପ୍ରଦାୟର ସହାୟତା ପାଇଁ ଆପଣଙ୍କ ଏହି ନିଷ୍ପତ୍ତି ସ୍ମରଣୀୟ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ରମ୍ପଙ୍କ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ସହିତ ମୁଁ ସହମତ । ଭାରତ ଓ ଆମେରିକାର ସହଭାଗିବାଅଧିକ ଶକ୍ତିଶାଳୀ ହେବ ।