କରାଚି(ଏଟିଆର ବ୍ୟୁରୋ): ପାକିସ୍ତାନରେ ଅର୍ଥ ବ୍ୟବସ୍ଥା ଦିନକୁ ଦିନ ନିମ୍ମତର ହେବାରେ ଲାଗିଛି । ଏପରି ପରିସ୍ଥିତିରେ ପାକିସ୍ତାନରେ ଦିନକୁ ଦିନ ବଢିଚାଲିଥିବା ଦରବୃଦ୍ଧି ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡବିନ୍ଧା ମଧ୍ୟ ବଢିଛି ।
ପାକିସ୍ତାନରେ ପନିପରିବା ପରେ ଏବେ ଅଟା ସଂକଟ ଦେଖା ଦେଇଛି । ଅଟାର ଦାମ ହୁହୁ ହୋଇ ବଢି ଚାଲିଛି । ପାକିସ୍ଥାନ ଗଣମାଧ୍ୟମ ଅନୁସାରେ ବର୍ତ୍ତମାନ ପାକିସ୍ତାନରେ ଗୋଟିଏ କେଜି ଅଟାର ମୂଲ୍ୟ ୬୨ଟଙ୍କା ରହିଛି ।
ଏନେଇ ପାକିସ୍ତାନର ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଟା ଭଳି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଏପରି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଛି ।
ଏନେଇ ପାକିସ୍ତାନର ବିଭିନ୍ନ ହୋଟେଲ ମାଲିକ ସଂଘ ଓ ଜନ ସାଧାରଣ ଜନତା ମଧ୍ୟ ଆଗକୁ ହରତାଳ କରିବାକୁ ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ସୁଚନା ଅନୁସାରେ ପାକିସ୍ତାନର କରାଚିରେ ଦିନକୁ ପ୍ରାୟ ୭୦୦୦ ରୁ ୮୦୦୦ ଟନ ଅଟା ବ୍ୟବହୃତ ହୋଇଥାଏ ।