ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ନିମନ୍ତେ ଆଡମିଟ୍ କାର୍ଡ ଜାରି କରାଯାଇଛି । ଯେଉଁ ପରୀକ୍ଷା ଚଳିତ ବର୍ଷ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନେ ଅଫିସିଆଲ ୱେବସାଇଟ ସିବିଏସଇ.ଏନଆଇସି,ଇନ୍ କୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଫେବୃଆର ୧୫ ରୁ ସିବିଏସଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଦଶମ ଶ୍ରେଣୀର ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୩୦ ରେ ଶେଷ ହେବ ।
ସକାଳ ୧୦ ଟାରୁ ଆରମ୍ଭ ହେବ ପରୀକ୍ଷା । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପଢିବା ପାଇଁ ୧୫ ମିନିଟ୍ ସମୟ ଦିଆଯିବ । ସେପଟେ ପରୀକ୍ଷାରେ ପାସ୍ କରିବାକୁ ହେଲେ ଛାତ୍ରୀଛାତ୍ରୀଙ୍କୁ ଉଭୟେ ଥିଓରି ଏବଂ ପ୍ରାକ୍ଟିକାଲ ପରୀକ୍ଷାକୁ କ୍ଲିୟର କରିବାକୁ ହେବ ।
ଆଡମିଟ୍ କାର୍ଡ ଡାଉନଲୋଡ କରିବା ପାଇଁ ସର୍ବପ୍ରଥମେ, ଅଫିସିଆଲ ୱେବସାଇଟ cbse.nic.in କୁ ଯାଆନ୍ତୁ । ADMIT CARD AND SCHOOL LOC FOR BOARD EXAMINATION 2020 ରେ କ୍ଲିକ କରନ୍ତୁ ।