ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀକୁ ନେଇ ପୁଣି ଥରେ ଚେତାବନୀ ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଆଧନମ ଘେବରେୟସସ୍ । ସେ କହିଛନ୍ତି କି, ଏପର୍ଯ୍ୟନ୍ତ କରୋନା ଯାଇନି, ସେଥିପାଇଁ ସମସ୍ତଙ୍କୁ ସାବଧାନତା ରହିବାର ଆବଶ୍ୟକତା ରହିଛି । ମହାମାରୀ ସେତେବେଳେ ଯାଇ ସମାପ୍ତ ହେବ ଯେତେବେଳେ ଦୁନିଆ ସମାପ୍ତ କରିବାକୁ ଚାହିଁବ । ଏହା ଆମ ହାତରେ ଅଛି । ଆମ ପାଖରେ ସମସ୍ତ ଉପକରଣ ରହିଛି ଯାହାର ଆମକୁ ଆବଶ୍ୟକତା ରହିଛି । କିନ୍ତୁ ଦୁନିଆ ସେହି ଉପକରଣକୁ ସଠିକ ଭାବେ ବ୍ୟବହାର କରିନି । ବର୍ଲିନରେ ବିଶ୍ୱ ସ୍ୱାସ୍ଥ୍ୟ ସମିତିକୁ ସମ୍ବୋଧିତ କରି ଏହି ବିଷୟରେ କହିଛନ୍ତି ଟେଡ୍ରୋସ ।
ଏହାସହିତ ଦୁନିଆର ସମସ୍ତ ଦେଶଗୁଡିକୁ ଟୀକାକରଣ ଗତି ଦ୍ରୁତ କରିବା ପାଇଁ ଅପିଲ କରିଛନ୍ତି ଟେଡ୍ରୋସ ।