ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ଦିନ ପରେ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢା । ଅନଲାଇନ୍ ରେ ନୁହେଁ ଅଫଲାଇନରେ ପାଠପଢିଛନ୍ତି ଛାତ୍ରଛାତ୍ରୀ । କୋଭିଡ ଗାଇଡ ଲାଇନ ପାଳନ କରି କ୍ଲାସରୁମ ପାଠପଢା ହୋଇଛି ।
କରୋନାକୁ ଦୃଷ୍ଟିରେ ରଖି ପରିସ୍କାର ପରିଚ୍ଛନାତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କ୍ଲାସରୁମ୍ ରେ ପାଠପଢା ଆରମ୍ଭ ହେବା ପୂର୍ବରୁ ପ୍ରଥମ ରୁମ୍ ଗୁଡିକୁ ସାନିଟାଇଜ୍ କରାଯାଇଥିଲା । ଏହାସହିତ କରୋନା ଗାଇଡଲାଇନ ମୁତାବକ ସ୍କୁଲରେ ଥର୍ମାଲ ସ୍କ୍ରିନିଂ ଏବଂ ହାତ ସାନିଟାଇଜ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖିବାକୁ ମିଳିଥିଲା ।