ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ ଜୁନ୍ ୩ କୁ ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରାଯାଏ । ଏହି ଦିବସ ପାଳନ କରିବା ପଛରେ ଅନେକ ଫାଇଦା ରହିଛି । ସ୍ୱାସ୍ଥ୍ୟ ପାଇଁ ସାଇକେଲ ଚଲାଇବା ଫାଇଦ ହୋଇଥାଏ । ଏହାସହିତ ମଣିଷ ଜୀବନରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
୨୦୧୮ ମସିହାରେ ସାଇକେଲ ଦିବସ ପାଳନ କରିବାର ଶୁଭାରମ୍ଭ ହୋଇଥିଲା । ଏହି ଦିବସ ପାଳନ ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଭା ନିଷ୍ପତି ନେବା ସହ ଜୁନ୍ ୩ ତାରିଖ ନିର୍ଦ୍ଧାରିତ କରିଥିଲା । ସେବେଠୁ ସାରା ଦୁନିଆରେ ଜୁନ୍ ୩ ତାରିଖରେ ସାଇକେଲ ଦିବସ ପାଳନ କରାଯାଏ ।
ୟୁରୋପୀୟ ଦେଶରେ ସାଇକେଲ ବ୍ୟବହାର କରିବାର ବିଚାର ୧୮ ତମ ଶତାବ୍ଦୀରେ ଲୋକଙ୍କ ମନକୁ ଆସିଥିଲା, କିନ୍ତୁ ସାଇକେଲକୁ ପ୍ରଥମେ ୧୮୧୬ ମସିହାରେ ପ୍ୟାରିସରେ ଜଣେ କାରିଗରଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିଲା, ସେହି ସମୟରେ ଏହାର ନାମ ହବି ହର୍ସ ଅର୍ଥାତ କାଠ ଘୋଡା ରଖାଯାଇଥିଲା । ପରେ ୧୮୬୫ ମସିହାରେ ଫୁଟ୍ ପେଡାଲ୍ ଚକ ଉଦ୍ଭାବନ କରାଯାଇଥିଲା । ଏହାକୁ ଭେଲୋସିପିଡେ କୁହାଯାଉଥିଲା । ଏହାକୁ ଚଳାଇବାରେ ଅତ୍ୟଧିକ କ୍ଲାନ୍ତ ହେତୁ ଏହାକୁ ହାଡଭଙ୍ଗା କୁହାଯାଉଥିଲା । ୧୮୭୨ ମସିହାରେ ଏହାକୁ ଏକ ସୁନ୍ଦର ଲୁକ୍ ଦିଆଯିବା ସହ ପତଳା ଲୁହା ଦଣ୍ଡର ଚକଗୁଡ଼ିକ ସ୍ଥାପନ କରାଯାଇଥିଲା । ଏହାକୁ ଆଧୁନିକ ସାଇକେଲ କୁହାଯାଉଥିଲା । ଆଜି ଉପଲବ୍ଧ ସାଇକେଲର ଏହା ହେଉଛି ଏକ ରୂପ ।