ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁନା ହୋଟେଲ । ଏହା କୌଣସି ହୋଟେଲର ନାମ ନୁହେଁ । ଏହା ହେଉଛି ସୁନାରେ ନିର୍ମିତ ହୋଟେଲ । ଚାରିଆଡେ ଖାଲି ସୁନା ହିଁ ସୁନା । ଏହି ହୋଟେଲର ରୁମ୍ ରୁ ଆରମ୍ଭ କରି ପୁଲ୍, ବାସନ, କପ୍ ପ୍ଲେଟ, ଟଏଲେଟ ପର୍ଯ୍ୟନ୍ତ ସବୁକିଛି ସୁନାରେ ନିର୍ମିତ । ଦୁନିଆର ପ୍ରଥମ ସୁନା ନିର୍ମିତ ଏହି ହେଟୋଲ ଭିଏନାମ ର ହାନୋଇ ରେ ଖୋଲିଛି । ଏହି ହୋଟେଲରେ ରହିବା ଲାଗି ଗୋଟେ ରାତି ପାଇଁ ୨୫୦ ଡଲାର ଟଙ୍କା ରଖାଯାଇଛି ।
କରୋନା ସଙ୍କଟ ମଧ୍ୟରେ ଜୁଲାଇ ୨ ରେ ଏହି ହୋଟେଲ ଖୋଲାଯାଇଛି । ଏହାର ନାମ ରଖାଯାଇଛି ଡୋଲ୍ସ ହନୋଇ ଗୋଲ୍ଡେନ ଲେକ । ଯାହା ଦକ୍ଷୀଣ ପୂର୍ବ ଏସିଆ ସବୁଠାରୁ ଲକ୍ସୁରୀ ହୋଟେଲ ରେ ଗଣତି କରାଯାଇଛି ।