ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନର ପରିବର୍ତ୍ତନ ପରିବେଶ ଏବଂ ହର୍ମୋନ ଇଂବାଲାନ୍ସ ଯୋଗୁଁ ଖୁବ୍ କମ ବୟସ ବ୍ୟକ୍ତିଙ୍କର ବି କେଶ ପାଚି ଯାଉଥିବା ସମସ୍ୟା ଉପୁଜୁଛି । ସେଥିପାଇଁ ଅନେକ ବ୍ୟକ୍ତି କେଶ କଳା କରିବା ପାଇଁ କଲର ବ୍ୟବହାର କରୁଛନ୍ତି । ହୁଏତ କଲର, ବ୍ୟକ୍ତିଙ୍କ କେଶ ମୂଳ ଦୁର୍ବଳ କରିଦେଇପାରେ । କିନ୍ତୁ ଏଭଳି କିଛି ଘରୋଇ ଉପଚାର ଅଛି । ଯାହାଦ୍ୱାରା ପାଚିଲା କେଶ ସମସ୍ୟା ଦୂର ହୋଇପାରେ । ତେବେ ଆସନ୍ତୁ ଜାଣିବା ପାଚିଲା କେଶକୁ କଳା କରିବାର ଘରୋଇ ଉପାୟ ।
ସ୍ୱାସ୍ଥ୍ୟ ପାଇଁ ଅଁଳା କେବଳ ଗୁଣକାରୀ ତାହା ନୁହେଁ ବରଂ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଧଳା ହୋଇ ଯାଉଥିବା କେଶ ସମସ୍ୟା ରୁ ମୁକ୍ତି ମିଳିଥାଏ ।
ସେଥିପାଇଁ ଅଁଳାକୁ କେବଳ ଡାଇଟରେ ସାମିଲ କରିବେ ତାହା ନୁହେଁ ବରଂ ଏହାକୁ ମେହେନ୍ଦୀରେ ମିଶାଇ ଏହାକୁ କେଶରେ ବ୍ୟବହାର କରିପାରିବେ ।
ସେହିପରି ଗୋଲମରିଚ ବ୍ୟବହାର କରିବା ଦ୍ୱାରା ଧଳା ହୋଇଯାଉଥିବା କେଶ ବି କଳା ହେବାକୁ ଲାଗିଥାଏ । ସେଥିପାଇଁ ଗୋଲମରିଚ ଦାନାକୁ ପାଣିରେ ଫୁଟାଇ ସେହି ପାଣିକୁ କେଶ ଧୋଇବା ପରେ ମୁଣ୍ଡରେ ଢାଳନ୍ତୁ । ଲଗାତର ଭାବେ ଏଭଳି ପ୍ରକ୍ରିୟା କରିବା ଦ୍ୱାରା କେଶ କଳା ହୋଇଥାଏ ।