ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ):ଆସନ୍ତା କାଲି ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ଉଦ୍ଘାଟନ କରିବେ ।ପରିବେଶ ଅନୂକୂଳ ଏହି ପ୍ରକଳ୍ପ ତାଜମେହଲ, ଆଗ୍ରା ପୋର୍ଟ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସମେତ ସହରର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ କାର୍ଯ୍ୟାଳୟ ରେଳଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକ ସହ ସଂଯୋଗ କରାଯାଇଛି ।
ଏହି ପ୍ରକଳଳ୍ପ ରେ ୨୯ ଦଶମିକ ୪ କିଲୋମିଟର ଦୈଘ୍ୟ ବିଶିଷ୍ଟ ଦୁଇଟି କରିଡ଼ର ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ୨୯ଦଶମିକ ୪କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଟି କରିଡର ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଆଗ୍ରା ସହରର ୨୬ଲକ୍ଷ ଜନସାଧାରଣଙ୍କ ସମେତ ପ୍ରତିବର୍ଷ ସେଠାକୁ ଯାଉଥିବା ୬୦ଲକ୍ଷ ପର୍ୟ୍ୟଟକ ମଧ୍ୟ ଲାଭବାନ୍ ହୋଇପାରିବେ।
ଏହି ନିର୍ମାଣ କାର୍ଯ୍ୟରେ ଆଗ୍ରାର ୧୫ ବାଟାଲିୟନ ପିଏସି ପରେଡ୍ ସମେତ କେନ୍ଦ୍ର ଗୃହ ଓ ସହରାଅଞ୍ଚଳ ବ୍ୟାପର ମନ୍ତ୍ରୀ ହରଦୀବ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ସମେତ ବହୁ ମାନ୍ୟବର ବ୍ୟକ୍ତି ଯୋଗଦେବେ ।