ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରତେକ ମହିଳା ଚାହାଁନ୍ତି ତାଙ୍କ ଜୀବନସାଥୀ ସବୁବେଳେ ତାଙ୍କୁ ଭଲ ପାଇବା ଦେବା ସହ ଇଜ୍ଜତ ଦେଇଥାନ୍ତୁ । ତାପରେ ମଧ୍ୟ ଅନେକ ପୁରୁଷ ଅଛନ୍ତି ଯେଉଁମାନେ ବିବାହ ପରେ ବି ଝିଅମାନଙ୍କୁ ଦେଖିଲେ ଲୋଭେଇ ଥାନ୍ତି । ଏହି ଭଳି ଧୋକାରୁ ନିଜକୁ ରକ୍ଷା କରିବାକୁ ହେଲେ ଆସନ୍ତୁ ଜାଣିବା ଏହି ୪ଟି ରାଶିର ବ୍ୟକ୍ତିଙ୍କ ବିଷୟରେ । ଯିଏ ନିଜ ସଂପର୍କକୁ ନେଇ ଖୁବ୍ ବିଶ୍ୱସ୍ତ ।
ମିଥୁନ ରାଶି: ଏହି ରାଶିର ପୁରୁଷ ନିଜ ସଂପର୍କକୁ ନେଇ ଖୁବ୍ ଗଭୀରତା ଅନୁଭବ କରିଥାନ୍ତି । ବିବାହ ପରେ ସେ କେବଳ ତାଙ୍କ ଜୀବନସାଥୀଙ୍କର ହୋଇ ଯାଆନ୍ତି । ଏବଂ ତାଙ୍କ ଜୀବନସାଥୀଙ୍କ ସମସ୍ତ କଥା ଶୁଣିଥାନ୍ତି ।
କୁମ୍ଭ ରାଶି:କୁମ୍ଭ ରାଶିର ପୁରୁଷ ସର୍ବଦା ନିଜ ଜୀବନସାଥୀଙ୍କ ହୃଦୟ ପଢିବାକୁ ଚେଷ୍ଟା କରିଥାନ୍ତି । ସେମାନେ ତାଙ୍କ ସାଥୀଙ୍କୁ ସର୍ବଦା ରାଣୀ କରି ରଖିବାକୁ ଚାହାଁନ୍ତି ।
ସିଂହ ରାଶି:ଜୀବନସାଥୀଙ୍କୁ ଭଲପାଇବାର ସବୁ ସୀମା ଟପି ଯାଇଥାନ୍ତି ଏହି ରାଶିର ପୁରୁଷ । କେବଳ ଏତିକି ନୁହେଁ ଏମାନେ କେବେ ତାଙ୍କୁ ସାଥୀଙ୍କୁ ଧୋକା ଦେଇନଥାନ୍ତି । ଏହି ରାଶିର ବ୍ୟକ୍ତି ଖୁବ୍ ରୋମାଣ୍ଟିକ ହୋଇଥାନ୍ତି ।
ଧନୁ ରାଶି: ଏହି ରାଶିର ପୁରୁଷ ପରଫେକ୍ଟ ହେବା ସହିତ ଖୁବ୍ ସାଧୁ ଚିରିତ୍ରର । ଏମାନେ ସୌନ୍ଦର୍ଯ୍ୟତା ଅପେକ୍ଷା ଜୀବନସାଥୀଙ୍କ ଆନ୍ତରିକତାକୁ ଭଲ ପାଇଥାନ୍ତି ।