ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲୋକଙ୍କ ପାଖରେ ରୁହ । ଲୋକଙ୍କ ପାଇଁ କାମ କର । ଜିତିବା ହାରିବା ଉପରେ ଫୋକସ କରିବା ଅପେକ୍ଷା ଲୋକଙ୍କ ସୁଖ ଓ ଦୁଃଖରେ ସାଥି ହୋଇ ସେମାନଙ୍କ ପାଇଁ ବଞ୍ଚିବାକୁ ଚେଷ୍ଟା କର । ପାର୍ଟି, କର୍ମୀ ଆଉ ବିରୋଧିଙ୍କ ସହ ରେସରେ ଦଉଡିଲେ ଲାଭ କଣ? ଯଦି ଲୋକଙ୍କ ପାଖରେ ସମୟ ଅସମୟରେ ଛିଡା ହୋଇଥିବ ତାହା ଆତ୍ମସନ୍ତୋଷ ଦେବ । ଓଡିଶା ସାମ୍ବାଦିକତାରେ ମାତ୍ର କେଇଟା ଦିନରେ ସଫଳତା ହାସଲ କରିଥିବା ନ୍ୟୁଜ-୭ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କର ଏହା ହେଉଛି ଗୁରୁମନ୍ତ୍ର । ସାମ୍ବାଦିକତା ଛାଡି ଏବେ ରାଜନେତା ହେବା ପଛରେ ଉଦ୍ଦେଶ୍ୟ କ’ଣ ତାହା ଜାଣିବାକୁ ତାଙ୍କୁ ଭେଟିଥିଲା ଏଟିଆର ଟିମ ।
ପ୍ରଶ୍ନ- ରାଜନେତା ହେଲେ ଲାଭ କଣ’ ହେବ
ଲାଭକ୍ଷତି ଦେଖି କେବେ ରାଜନୀତିକୁ ମନ ବଳାଇନାହିଁ । ବିଧାୟକଙ୍କ ଦରମାଠୁ ଏବେ ଢ଼େର ଅଧିକ ମିଳୁଛି । ଏ ଲଢ଼େଇ ମୋ ଜନ୍ମମାଟି ଲାଗି । ଅନେକ ସମସ୍ୟା ଭିତରେ ମୋ ଅଞ୍ଚଳ ଗତି କରୁଛି । ସେଥିରେ ପରିବର୍ତ୍ତନ ନିହାତି ଦରକାର ।
ପ୍ରଶ୍ନ- ସାମ୍ବାଦିକତାରେ ରହି ସମସ୍ୟା ଲାଗି ତ’ ଲଢ଼େଇ କରୁଛନ୍ତି, ବିଧାୟକ ହେଲେ ଅଧିକ କ’ଣ ହେବ
ଆମକୁ ଗ୍ରାଉଣ୍ଡକୁ ଯିବାକୁ ପଡିବ । ସାମ୍ବାଦିକତାରେ ଆମେ ବ୍ୟବସ୍ଥାର ଢ଼ିଲାକୁ ଜାଣିପାରୁଛେ ମୂଳ ସମସ୍ୟାଠୁ ଦୂରେଇ ରହୁଛେ । ମୂକକୁ ଗଲେ ହିଁ ପ୍ରକୃତ ଜଡ଼ ପାଖରେ ପହଞ୍ଚିହେବ ଓ ସମସ୍ୟାର ସମାଧାନ ବାଟ ଫିଟି ପାରିବ ।
ପ୍ରଶ୍ନ- ରେସ ଭିତରେ ଆଗକୁ ଯାଇପାରିବେ
ରେସ କରିବା ଲାଗି ମୁଁ ଆଦୌ ଚାହେଁନାହିଁ । ଲୋକଙ୍କ ପାଖରେ ରହିବାକୁ ଚାହେଁ । ନିଜ ବ୍ୟକ୍ତିଗତ ଆଦର୍ଶକୁ ନେଇ ମୁ ଆଗକୁ ଯିବି । ସଫଳ ହେବା ବିଫଳ ହେବାକୁ ମୁଁ ଧ୍ୟାନ ଦିଏନି ବରଂ ଲୋକଙ୍କ ସମସ୍ୟାର ଦ ଏଣ୍ଡ ହେବା ଦରକାର । ଏଥିପାଇଁ ମୋର ଏହି ଅଭିଯାନ
ପ୍ରଶ୍ନ- କେବେ ପ୍ରଲୋଭନରେ ଯଦି ପଡିଯାନ୍ତି
ପ୍ରଶ୍ନ ଉଠୁନି । ବାହାର ଟଙ୍କା ହଜମ ହୁଏନି । ମୁଁ କେବେ ବି ଟଙ୍କା ଦେଖିନି । ଯଦି ଦେଖିଥାନ୍ତି କେବେ ରାଜନେତା ହେବାକୁ ମନ ବଳାଇ ନାହାନ୍ତି । ବିଧାୟକଙ୍କ ଦରମାଠୁ ମୁଁ ବର୍ତ୍ତମାନ ଢ଼େର ଅଧିକ ଦରମା ପାଉଛି । ଲଢ଼େଇ କେବଳ ଲୋକଙ୍କ ସ୍ୱାର୍ଥ ଲାଗି ।
ପ୍ରଶ୍ନ- ରାଜନେତା ହେବା ଇଛାରେ ପରିବାର ଲୋକେ ଖୁସି?
ସେ କଥା ତ’ କହିପାରିବିନି । କିନ୍ତୁ ଏଥିପାଇଁ ଅନେକ ଭଲମନ୍ଦ ଶୁଣିବାକୁ ପଡିବ । ଖାସ ଏଥିପାଇଁ ପୂରା ପରିବାରକୁ ପ୍ରସ୍ତୁତ କରୁଛି । ପରବର୍ତ୍ତନ ଲାଗି କାହାକୁ ନା କାହାକୁ ଆଗକୁ ଆସିବାକୁ ହେବ ।
ପ୍ରଶ୍ନ- ବିଧାୟକ ହେଲେ କ’ଣ କରିବେ
ଲୋକଙ୍କ ପାଖେ ପାଖେ ରହିବି । ୨୪ଘଣ୍ଟିଆ ହେଲ୍ପଲାଇନ ଭଳି ମୋର ଏକ ଟିମ କାମ କରିବ । ଲୋକେ ମୋ ପାଖକୁ ଆସିବା ଦରକାର ପଡିବନି । ପ୍ରତିଟି କ୍ଷେତ୍ରରେ ମୁଁ ସେମାନଙ୍କ ସହ ରହିବି । ଏହାବାଦ କୌଣସି ସରକାରୀ ଦପ୍ତରରେ ଲୋକେ ଆଣ୍ଠୁ ଭାଙ୍ଗି ଛିଡାହେବେ ନାହିଁ । ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
Sannyasi Nayak
Ardhendu Mora subhescha .
Your life is a adventurous life .
I pray jagannath for your betterment in the New track of life .
I hate poltician due to dual face but you are unique have tremondous personalities of transporancy, so I like you friend . We are behind you becuse your way is full of humanity .
Sannyasi Nayak
Wish you all the best
ASHOK Nayak
Mote gote Questions sir, neta maane Jaha kahiti taha karanti nahi, aapan ebe gote kahucanti,pare statement change hebanit ???,we r wait to time.
DwijendraNath Padhi
Best of luck Ardhenu Babu, I know a few journalists turned politicians who proved themselves in both the fields. Popular at state and national level. Hope the same with you. Once again good luck
Mrutyunjay parichha
Modi j pm heba purbaru Bahut kichhi Sadharan janatanka pai karibara pratisruti deuthile au Ebe seithire Bahut farak au byatikrama. Au apana Jadi Jane MLA Ki minister heijaanti, Kn Epari baribartan heijiba Ki? Kintu apananka chintadharaku swagat. Jay jagannath…..
Sandhya Rani mallick
Very good sir ……..
Ajit das
Mr. Ardhendu Sir is charismatic petson as a journalist….in future we see in politics he shall be very much efficiency of etiquette with his subordinate fr improvement of our society….
Adarsa Kumar Pattnayak
ଅର୍ନ୍ଧେନ୍ଦୁ, ଆମ ସମସ୍ତଙ୍କର ସହଯୋଗ ରହିଛି। ଭଲ ଲୋକଙ୍କ ରାଜନୀତିରେ ଆଵଶ୍ୟକତା ଅଛି ।
ଅଶ୍ବିନୀ କୁମାର ଦର୍ଜୀ
କହିଲେ ହୁଏତ ମନକୁ କଷ୍ଟ ହେବ କିନ୍ତୁ କଥାଟା ସତ। କହିବା ଓ କରିବା ଭିତରେେ ବହୁତ ପାର୍ଥକ୍ଯ ହୋଇଥାଏ। ଅର୍ନ୍ଧେନ୍ଦୁ ବାବୁ ମୋର ଜଣେ ଭଲ ବନ୍ଧୁ କିନ୍ତୁ ସେ ଯାହା କହୁଛନ୍ତି ତାକୁ ବାସ୍ତବ ରୂପ ଦେଇ ପାରିବେ ନାହିଁ। ତାଙ୍କରିି ଭଳିଆ ସଚ୍ଚୋଟ ରାଜନେତା ଏବେ ବି ରାଜନୀତି ରେ ଅଛନ୍ତି କିନ୍ତୁ ଗୋଟିଏ ବିଧାୟକ କୁ ନିଜ ଦଳ ର ନିଷ୍ପତି ଅନୁସାରେ କାର୍ଯ୍ଯ କରିବାକୁ ପଡିଥାଏ। ତେଣୁ ସେଭଳି ପରିସ୍ଥିତିରେ ବିଧାୟକ ହେଉ କିମ୍ବା ଯେ କୌଣସି ରାଜନୈତିକ ପଦାଧିକାରୀ କୁ ନିଜ ସ୍ବପ୍ନକୁ ମନ ଭିତରେ ଚାପି ଦେଇ ଆଗକୁ ମାଡି ଚାଲିବାକୁ ପଡିଥାଏ। ତେଣୁ ସ୍ବପ୍ନ ଓ ବାସ୍ତବତା ଭିତରେ ଥିବା ଦୂରତା କୁ ସ୍ବୀକାର କରିବାକୁ ପଡିବ। ତଥାପି ଅର୍ନ୍ଧେନ୍ଦୁ ବାବୁଙ୍କୁ ମୋର ଶୁଭେେଛା। ରାଜନୀତିରେ ପାଦ ଦିଅନ୍ତୁ ଓ ସାମ୍ବାଦିକତା କ୍ଷେତ୍ରରେ ଯେଭଳି ଜଣେ ଆଗଧାଡିର ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି ସେଭଳି ସଫଳତା ହାସଲ କରନ୍ତୁ।