ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍, କ୍ୟାଲସିୟମ ଆଦି ଜରୁରୀ ପୋଷକ ତତ୍ୱରେ ସାମିଲ ଅଛି କିନ୍ତୁ ଏହାସହିତ କିଛି ଅନ୍ୟ ତତ୍ୱ ମଧ୍ୟ ଜରୁରୀ ଯାହା ଶରୀର ପାଇଁ ଆବଶ୍ୟକ । ସେଥିମଧ୍ୟରୁ ଜିଙ୍କ ଅନ୍ୟତମ । ଅନ୍ୟ ଭିଟାମିନ୍ସ ଏବଂ ପୋଷକ ତତ୍ୱ ଭଳି ଶରୀର ପାଇଁ ଜିଙ୍କ କେତେ ଜରୁରୀ ଏହାସହିତ ଜିଙ୍କ ଅଭାବର ଲକ୍ଷଣ ଏବଂ ପ୍ରାକୃତିକ ଉପାୟ ଆସନ୍ତୁ ଜାଣିବା ।
କେଶ ଝଡିବା, ଓଜନ ହ୍ରାସ ହେବା, ମାନସିକ ସ୍ୱାସ୍ଥ୍ୟରେ ପ୍ରଭାବ, ଘା ଶୁଖିବାରେ ବିଳମ୍ବ ହେବା, ସ୍ୱାଦ ଓ ବାସ୍ନା ବାରିନପାରିବା ଆଦି ଶରୀରରେ ଜିଙ୍କ ଅଭାବର ଲକ୍ଷଣ ।
ଶରୀରରେ ଜିଙ୍କ ଅଭାବ ଥିଲେ ମଶୃମ ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ ଜିଙ୍କ ଅଭାବ ଦୂର ହେବ । ଏହାସହିତ ମଶୃମରେ ପୋଟାସିୟମ, ଫସଫରସ, ପ୍ରୋଟିନ, କ୍ୟାଲସିୟମ ରହିଛି ।
ଦହି ରେ ପ୍ରଚୁର ପରିମାଣର ଜିଙ୍କ ରହିଛି । ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ହୋଇଥାଏ । ଏହାସହିତ ଇମ୍ୟୁନିଟି ମଧ୍ୟ ମଜବୁତ ହୋଇଥାଏ । ଏହାସହିତ ଦହିରେ ଭିଟାମିନ୍ ବି-୧୨, ପୋଟାସିୟମ, କ୍ୟାଲସିୟମ ମଧ୍ୟ ରହିଥାଏ ।
ରସୁଣରେ ଜିଙ୍କ ର ପରିମାଣର ବହୁଳ ମାତ୍ରାରେ ରହିଛି । ଏହାକୁ ସେବନ କରି ଶରୀରରେ ଜିଙ୍କର ଅଭାବ ଦୂର କରିଦେବ । ଏହାସହିତ ଏଥିରେ ଭିଟାମିନ୍ ଏ, ବି, ସି, ଆୟୋଡିନ୍ ଏବଂ ଆଇରନ ମଧ୍ୟ ରହିଛି ।
ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ କାଜୁ । ଶରୀରରେ ଜିଙ୍କ ଅଭାବ ହେବା ଦ୍ୱାରା କାଜୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏଥିରେ ଜିଙ୍କ ବ୍ୟତିତ ଭିଟାମିନ୍ କେ, ଏ, ଫୋଲେଟ ରହିଛି ।