ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବିବାହ ପରେ ପ୍ରତେକ ଦମ୍ପତିଙ୍କର ଇଛା ଥାଏ ହନିମୁନ ରେ ଯିବା ଲାଗି । ଏହା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇଆସୁଛି । କିନ୍ତୁ କେବେ ଆପଣ ଚିନ୍ତା କରିଛିନ୍ତ କି ? ହନିମୁନ ଯିବା ପାଇଁ ସେମ।ନେ ଏତେ ଆଗ୍ରହ କ’ଣ ପାଇଁ ? ତେବେ ଆସନ୍ତୁ ଜାଣିବା ହନିମୁନ ରେ ଯିବା ଲାଗି ଦମ୍ପତିଙ୍କ ମଧ୍ୟରେ ଉତ୍ସାହର କାରଣ ।
ବିବାହ ପରେ ଦମ୍ପତି ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଚିହ୍ନିବା ଲାଗି ଘର ଠାରୁ ବହାରକୁ ଯିବାକୁ ପସନ୍ଦ କରିଥାନ୍ତି । ଯାହାଫଳରେ ବୈବାହିକ ଜୀବନରେ ଆଗକୁ କୌଣସି ଅସୁବିଧା ନହେଉ ସେଥିପାଇଁ ହନିମୁନ୍ ଯିବାକୁ ଉତ୍ସାହିତ ଥାନ୍ତି ।
ବୈବାହିକ ଜୀବନର ଆରମ୍ଭ ଅନୁକୂଳ ହେବା ପାଇଁ ଦମ୍ପତି ହନିମୁନ୍ ରେ ଯିବାକୁ ମନ ବଳାଇ ଥାନ୍ତି ।
ଅନ୍ୟପଟରେ ଅନେକ ଦମ୍ପତିଙ୍କ ବିବାହ କମ ବୟସରେ ହୋଇଥାଏ । ସେଥିପାଇଁ ମଉଜ ମସ୍ତି କରିବା ପାଇଁ ଦମ୍ପତି ହନିମୁନ ରେ ଯାଇଥାନ୍ତି ।