ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବ୍ୟକ୍ତିର ସଫଳତାରେ ତା ନାଁର ପ୍ରଥମ ଅକ୍ଷର ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ । ବ୍ୟକ୍ତିର ନାଁ ହିଁ ତା ସଫଳତା ସହିତ ଜଡିତ ଥାଏ । ହିନ୍ଦୁ ଧର୍ମ ଅନୁସାରେ ପିଲାର ନାଁର ପ୍ରଥମ ଅକ୍ଷର ତା ଜନ୍ମ କୁଣ୍ଡଳି ଅନୁସାରେ ରଖାଯାଏ ।
ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତି ବିଷୟରେ ବହୁତ କିଛି ଜାଣି ହୁଏ । ବ୍ୟକ୍ତିର ସ୍ୱଭାବ ଠାରୁ ଆରମ୍ଭ କରି ବ୍ୟକ୍ତିର ଚରିତ୍ର ବିଷୟରେ ମଧ୍ୟ ଜାଣି ହୁଏ । ତେବେ ଏହି କ୍ରମରେ ପ୍ରଥମ ଅକ୍ଷର ‘ଅ’ ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟରେ ଆସନ୍ତୁ ଜାଣିବା ସେମିତି କିଛି ତଥ୍ୟ ।
‘ଅ’ରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତିମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି ହେଲେ ଏହି ବ୍ୟକ୍ତିମାନେ ଟିକେ ଅହଂକାରୀ ମଧ୍ୟ ହୋଇଥାନ୍ତି ।
ଏହି ବ୍ୟକ୍ତିମାନେ ସମାଜରେ ବହୁ ପ୍ରତିଷ୍ଠା ଲାଭ କରିବା ସହିତ ସମ୍ନାନ ଯୋଗ୍ୟ ମଧ୍ୟ ହୋଇଥାନ୍ତି । ଏମାନଙ୍କ କଥାକୁ ଲୋକ ଶୁଣିବାକୁ ଭଲ ପାଆନ୍ତି ଏବଂ ମାନନ୍ତି ମଧ୍ୟ ସେଥିପାଇଁ ‘ଅ’ ଅକ୍ଷରରୁ ଆରମ୍ଭ ନାଁର ବ୍ୟକ୍ତିମାନେ ଅଧିକ ପ୍ରଶାସନ ଓ ଶାସନ କ୍ଷେତ୍ରରେ ଚାକିରି କରିଥାନ୍ତି ।
ଏହି ବ୍ୟକ୍ତିମାନେ ଅଧିକ ଖର୍ଚ୍ଚ କରିବାକୁ ଭଲ ପାଆନ୍ତି ତେଣୁ ଧନ ସଞ୍ଚୟ କରିବା କ୍ଷେତ୍ରରେ ଏହି ବ୍ୟକ୍ତିମାନେ ଟିକେ ପଛରେ । ଏହି ଲୋକମାନଙ୍କର ପାଠପଢିବା କ୍ଷେତ୍ରରେ ସର୍ବଦା ଅନେକ ବାଧାବିଘ୍ନ ଆସିଥାଏ ହେଲେ ଏମାନେ ନିଜ ସାମର୍ଥ୍ୟ ଓ ପରିଶ୍ରମ ଦ୍ୱାରା ସଫଳତାକୁ ଅତି ସହଜରେ ହାସଲ କରିପାରନ୍ତି ।