ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତୀୟ ଖାଦ୍ୟ ପେୟରେ ମସଲାର ବ୍ୟବହାର ବହୁଳ ବ୍ୟବହାର କରାଯାଇଥାଏ । ସମସ୍ତଙ୍କ ଘରେ ନିଜ ଆଇ ଓ ଜେଜେମାଙ୍କ ସ୍ୱତନ୍ତ୍ର ମସଲା ରହିଥାଏ । ଯାହାର ବ୍ୟବହାର ଦ୍ୱାରା ଭାରତୀୟ ଖାଦ୍ୟର ସ୍ୱାଦ ଦୁଇ ଗୁଣିତ ହୋଇଯାଇଥାଏ । ତେବେ ଆମେ ବ୍ୟବହାର କରୁଥିବା ମସଲା ମଧ୍ୟରେ ଡାଲଚିନିର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହିତକାର ହୋଇଥାଏ । ସେହିଭଳି ମହୁର ମଧ୍ୟ ଅନେକ ଫାଇଦା ରହିଛି । ଥଣ୍ଡା ସମୟରେ ମହୁର ସେବନ ଦ୍ୱାରା ଏହାକୁ ଥଣ୍ଡାକୁ ଭଲ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଥଣ୍ଡା ଥିବା ପିଲାମାନଙ୍କ ପାଇଁ ମହୁ ବହୁତ ଲାଭଦାୟକ ଅଟେ । ଉଭୟ ଡାଲଚିନି ଓ ମହୁର ଅନେକ ଔଷଧୀୟ ଗୁଣ ରହିଛି ।
ତେବେ ଆସନ୍ତୁ ଏହାର ଫାଇଦା ସମ୍ପର୍କରେ ଜାଣିବା ,
– ଏବେ ଓଜନ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଓଜନ କମାଇବା ପାଇଁ ଆମେ ସବୁ କିଛି କରିଥାଉ । ତେବେ ଆପଣ ଜାଣନ୍ତି କି ଡାଲଚିନି ମୋଟାପଣ ଜନିତ ସମସ୍ୟା ଦୂର କରିବାରେ ଏକ ଲାଭ ଦାୟକ ଅଟେ । ଡାଲଚିନି କୋଲେଷ୍ଟୋଲକୁ ହ୍ରାସ କରିଥାଏ । ଏକ ଚାମଚ ଡାଲଚିନି ଗଣ୍ଡକୁ ଗୋଟଏ ଗ୍ଲାସ ପାଣିରେ ଫୁଟାନ୍ତୁ । ଏହି ପାଣିରେ ଦୁଇ ଚାମଚ ମହୁକୁ ମିଶାଇ ଜଳଖିଆ ଖାଇବାର ଅଧା ଘଣ୍ଟା ପୂର୍ବରୁ ଏହାକୁ ପିଅନ୍ତୁ । ଏହା ନିୟମିତ ପିଇବା ଦ୍ୱାରା ଚର୍ବି ଧୀରେ ଧୀରେ କମିଯିବା ସହ ମେଟାପଣରୁ ମୁକ୍ତି ମିଳିଥାଏ ।
– ଗଣ୍ଠି ଯନ୍ତ୍ରଣା ପାଇଁ ଡାଲଚିନି ଏକ ଉପକାରୀ ଅଟେ । ଗଣ୍ଠି ଯନ୍ତ୍ରଣା ହେଉଥିଲେ ଡାଲଚିନିକୁ ଗରମ ପାଣିରେ ଫୁଟାଇ ଏହାର ପାଣିକୁ ପିଇବା ଉଚିତ । ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ପିଇଲେ ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ । ଏହାସହ ଉସୁମ ପାଣି ସହ ଏହାକୁ ମିଶାଇ ସେକ ଦେଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ ।
– ଆଜିର ସମୟରେ, ଅଧିକାଂଶ ଲୋକଙ୍କ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଥାଏ । ଡାଲଚିନ ପାଉଡର ଗ୍ରହଣ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ, ଯାହା ଗ୍ୟାସ, ଅମ୍ଳତା ଏବଂ ଅନେକ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ ।
– ଋତୁ ପରିବର୍ତ୍ତନ ଫଳରେ ସାଧାରଣତଃ ଥଣ୍ଡା କାଶ ଜନିତ ସମସ୍ୟା ଦେଖା ଦେଇଥାଏ । ଥଣ୍ଡା, ଗଳା, କାଶରେ ଡାଲଚିନି ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ମହୁ ସହ ଏକ ଚାମଚ ଡାଲଚିନି ପାଉଡର ସେବନ କଲେ ଥଣ୍ଡା ଦୂର ହୁଏ । ଡାଲଚିନି ଓ ଗୋଲମରିଚ ଗୁଣ୍ଡ କରି ଖାଇବା ଫଳରେ ଏହା କଫ ଜନିତ ସମସ୍ୟରୁ ମୁକ୍ତି ପହଞ୍ଚଇଥାଏ ।
– ଯେଉଁମାନଙ୍କର ପାଟିରୁ ଦୁର୍ଗନ୍ଧ ଆସେ, ସେମାନେ ପାଟିରେ ଡାଲଚିନ ଚୋବାଇବା ଉଚିତ । ଏହା ପାଟିର ଖରାପ ଗନ୍ଧ ଦୂର କରିଥାଏ । ଚର୍ମ ଜନିତ ସମସ୍ୟା ଥିଲେ ମଧ୍ୟ ଏହା ଡାଲଚିନି ଲାଭ ଦାୟକ ଅଟେ
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024