ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକ ଖୀର ସେବନ କରିଥାନ୍ତି । କାରଣ ଖୀରରେ ବିଭିନ୍ନ ପ୍ରକାରର ପୌଷ୍ଟିକ ଆହର, ଭିଟାମିନ୍ସ ଏବଂ ମିନେରାଲ୍ସ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଖୀର ପିଇବା ପୂର୍ବରୁ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ । ଆଜ୍ଞା ହଁ କିଛି ଏଭଳି ଜିନିଷ ରହିଛି ଯାହାକୁ ଖୀର ପିଇବା ପୂର୍ବରୁ କିମ୍ବା ପରେ ସେବନ କରିବା ଉଚିତ୍ ନୁହେଁ । ଏହାଦ୍ୱାରା ଶରୀରରେ ନକରାତ୍ମକ ପ୍ରଭାବ ପଡିଥାଏ । ,ତେବେ ଆସନ୍ତୁ ଜାଣିବା ଏ ବିଷୟରେ…
ହରଡ ଡାଲି ବ୍ୟତିତ ଆପଣ ବିରି ଡାଲି ବି ସେବନ କରିଥାନ୍ତି । କିନ୍ତୁ ବିରି ଡାଲି ଖାଇବା ପରେ ଭୁଲ୍ ରେ ବି ଖୀର ପିଇବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ପେଟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ ।
ସାଇଟ୍ରିକ୍ ଏସିଡ୍ ଯୁକ୍ତ ଖଟା ଫଳ ସେବନ କରିବା ପରେ ଖୀର ସେବନ ଶରୀର ପାଇଁ ହାନିକାରକ । ଏହାଦ୍ୱାରା ଶରୀରରେ ଅନେକ ପ୍ରକାରର ନକରାତ୍ମକ ପ୍ରଭାବ ପଡିଥାଏ ।
ସବୁଠାରୁ ବଡ କଥା ହେଉଛି ମାଛ ଖାଇବା ପରେ ବିଲକୁଲ୍ ଖୀର ସେବନ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ । ମାଛ ଖାଇବାର ଦୁଇ ଘଣ୍ଟା ପରେ ଯାଇ ଆପଣ ଖୀର ସେବନ କରି ପାରିବେ ।
ଅନେକ ଲୋକ ନିୟମିତ ଦହି ସେବନ କରିଥାନ୍ତି, କିନ୍ତୁ ଧ୍ୟାନ ରଖିବା ଉଚିତ୍ କି ଦହି ଖାଇବା ପରେ ଖୀର ପିଇବା ଉଚିତ୍ ନୁହେଁ । ଏହାଦ୍ୱାରା ଶରୀରରେ ଅନେକ ସମସ୍ୟା ଉପୁଜିଥାଏ ।