ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ପତୀ-ପତ୍ନୀ ଶାରିରୀକ ସମ୍ବନ୍ଧ ରଖିଲା ବେଳେ କିଛି ଔଷଧ ସେବନ କରିଥାନ୍ତି ଯାହାପରେ ସେମାନଙ୍କ ମଧ୍ୟରେ ସଂପର୍କ ଦୃଢ ହୋଇଯାଇଥାଏ । ମାତ୍ର ଏହି ସମୟରେ ସେମାନେ ଅନେକ ଭୁଲ କରିଥାନ୍ତି ଯାହା ନିଜେ ଜାଣିନଥାନ୍ତି । ବେଳେ ବେଳେ ଦେଖିବାକୁ ମିଳିଥାଏ ଯେ ପୁରୁଷମାନେ ଶାରିରୀକ ସ୍ଥିିତିରେ ଦୁର୍ବଳ ଥାନ୍ତି । ଯେଉଁଥି ପାଇଁ ତାଙ୍କୁ ବୈବାହିକ ଜୀବନରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ସେମାନେ ଶାରିରୀକ ସମ୍ବନ୍ଧ ରଖିଲା ବେଳେ (ଭିଏଗ୍ରା) ଔଷଧର ସାହାରା ନେଇଥାନ୍ତି । କିନ୍ତୁ ସାବଧାନ,ଯଦି ଯେଉଁ ପୁରୁଷଙ୍କର ସାଇନସ ରୋଗ ଅଛି ତେବେ ସେମାନେ କଦାପି ଏହି ଔଷଧ ସେବନ କରନ୍ତୁ ନାହିଁ ।
ଆଜ୍ଞା ହିଁ,ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ,ସାଇନସ ରୋଗୀ ଯଦି ଯୌନ ଶକ୍ତି ବୃଦ୍ଧି ଔଷଧ ସେବନ କରନ୍ତି । ତେବେ ସେମାନଙ୍କଠାରେ ନପୁସଂକ ହେବାର ଆଶଙ୍କା ଅଧିକ ଥାଏ ।
ଏହି ରିପୋର୍ଟ ଅନୁଯାୟୀ,ଯଦି ନାକର ଅସ୍ତ୍ରପ୍ରଚାର କରାଯାଏ । ତେବେ ଏହି ଔଷଧ ଖାଇଲେ ଶକ୍ତି ବୃଦ୍ଧି ହୋଇଥାଏ ।
ତାଇୱାନର କୋହସୁଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପାଖାପାଖି ୧୪୦୦୦ ପୁରୁଷଙ୍କୁ ନେଇ ଗବେଷଣା କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟଃ ସମସ୍ତେ ସାଇନସ ରୋଗରେ ପ୍ରଭାବିତ । ଯେତେବେଳେ ଏମାନେ ଭିଏଗ୍ରା ଔଷଧ ବ୍ୟବହାର କଲେ । ସେମାନେ ଜାଣିବାକୁ ପାଇଲେ ଯେ ୫୦ ପ୍ରତିଶତ ପରୁଷଙ୍କଠାରେ ନପୁସଂକର ଲକ୍ଷଣ ।
ଯଦି ସାଇନସର ଅସ୍ତ୍ରପ୍ରଚାର କରାଯାଏ । ତେବେ ଶାରିରୀକ ସଂପର୍କରେ କୌଣସି ଅସୁବିଧା ହେବ ନାହିଁ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି ।