ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶରୀର ପାଇଁ ଖୁବ୍ ଉପଯୋଗୀ ବିଟ୍ । ଏହା ଶରୀରରେ ରକ୍ତକୁ ସଫା କରିବା ସହିତ ରକ୍ତ ଅଭାବକୁ ଦୂର କରିଥାଏ । ଅନ୍ୟପଟେ ବିଟ୍ ଜୁସ୍ ସହ ମହୁ ମିଶାଇ ପିଇଲେ ଶରୀର ପାଇଁ ଲାଭକାରୀ ହୋଇଥାଏ । ଏହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ଏହାସହିତ ଏହା ଅନେକ ରୋଗରୁ ମଧ୍ୟ ସୁରକ୍ଷା କରିଥାଏ ।
ବିଟ୍ ଜୁସ୍ ର ଫାଇଦା:
– ରକ୍ତଚାପ ନିୟନ୍ତ୍ରଣ: ବିଟ୍ ଜୁସ୍ ରେ ମହୁ ମିଶାଇବା ଦ୍ୱାରା ଭରପୁର ମାତ୍ରାରେ ନାଇଟ୍ରେଟ୍ ମିଳିଥାଏ । ଏହାଦ୍ୱାରା ରକ୍ତର ପ୍ରଭାବ ସଠିକ୍ ସଂଚାରିତ ହୁଏ ଏବଂ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।
– କର୍କଟରୁ ରକ୍ଷା ପାଇବା: ବିଟ୍ ଜୁସ୍ ରେ କର୍କଟ ରୋଗର କଣିକାକୁ ମାରିବାର କ୍ଷମତା ରହିଛି । ଏହାସହିତ ଏହା କର୍କଟ ରୋଗୀ ଶକ୍ତି ପ୍ରଦାନ କରିଥାଏ । ଯାହାଦ୍ୱାରା ରୋଗ ସହ ଲଢିବାର ଶକ୍ତି ମିଳିଥାଏ ।
– ରୋଗପ୍ରତିରୋଧକ କ୍ଷମତା ମଜବୁତ: ବିଟ୍ ଜୁସ୍ ରେ ମହୁ ମିଶାଇ ସେବନ କରିବା ଦ୍ୱାରା ଆଣ୍ଟିଅକ୍ସିଡେଣ୍ଟ ତତ୍ୱ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ ।
– ସ୍ମରଣଶକ୍ତି ବୃଦ୍ଧି ହେବା: ବିଟ୍ ଜୁସ୍ ରେ ମହୁ ମିଶାଇ ପିଇବା ଦ୍ୱାରା ସ୍ମରଣ ଶକ୍ତି ସଠିକ୍ ରହିଥାଏ ଏବଂ ମସ୍ତିସ୍କ କ୍ଷିପ୍ର ଗତିରେ କାମ କରେ । ମସ୍ତିସ୍କର ରକ୍ତ ପ୍ରବାହ ଠିକ୍ ରହିବା ଦ୍ୱାରା ଭୁଲିବା ରୋଗ ଦୂର ହୋଇଥାଏ ।
– ହାଡ ମଜବୁତ ହେବା: ବିଟ୍ ଜୁସ୍ ସହ ମହୁର ମିଶ୍ରଣ ଯୋଗୁଁ ସିଲିକା ମାତ୍ରା ବୃଦ୍ଧି ହୋଇଥାଏ । ଶରୀରରେ ଅନ୍ୟ ତତ୍ୱ ସହିତ କ୍ୟାଲସିୟମ ଅଧିକ ଦ୍ୱାରା ହାଡ ମଜବୁତ ହୋଇଥାଏ ।
– ହୃଦ ସମ୍ବନ୍ଧୀୟ ରୋଗରୁ ରକ୍ଷା: ଏହାଦ୍ୱାରା ରକ୍ତ ସଂଚାଳନରେ ସହାୟକ ହୋଇଥାଏ । ଏହାସସହିତ ହୃଦ ସମ୍ବନ୍ଧୀୟ ରୋଗରୁ ରକ୍ଷା ।