ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରାୟତଃ ଅନେକ ଲୋକ ଶରୀରକୁ ଫିଟ୍ ଏବଂ ମଜବୁତ ରଖିବା ପାଇଁ ସକାଳୁ ଉଠି ବ୍ୟାୟାମ କରିଥାନ୍ତି । ଯାହାଦ୍ୱାରା ତାଙ୍କ ଶରୀର ସୁସ୍ଥ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ସକାଳୁ ଖାଲି ପେଟରେ କଦଳୀ ଖାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ । ସକାଳୁ ସକାଳୁ ଖାଲି ପେଟରେ ପାଚିଲା କଦଳୀ ଏବଂ ଖୀର ସେବନ କରିବା ଦ୍ୱାରା ଶରୀର ଏକଦମ୍ ଫିଟ୍ ଏବଂ ଶକ୍ତିଶାଳୀ ରହିଥାଏ ।
ପେଟଗ୍ୟାସ: ଯେଉଁ ବ୍ୟକ୍ତିଙ୍କ ଗ୍ୟାସ ସମସ୍ୟା ଅଛି ସେମାନେ ସକାଳୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ । ଏହାଦ୍ୱାରା ପେଟ ଗ୍ୟାସ୍ ହେବାରୁ ମୁକ୍ତି ମିଳିଥାଏ ।
ଶରୀର ଦୁର୍ବଳ : ଯେଉଁ ବ୍ୟକ୍ତିଙ୍କ ଶରୀର ପତଳା ଏବଂ ଦୁର୍ବଳ ସେମାନେ ଖାଲି ପେଟରେ କଦଳୀ ଖାଆନ୍ତୁ । ଏହାଦ୍ୱାରା ଶରୀର ସୁସ୍ଥ ଏବଂ ମଜବୁତ୍ ରହିବ । ସେଥିପାଇଁ ପତଳା ବ୍ୟକ୍ତି ନିୟମିତ ଖାଲି ପେଟରେ କଦଳୀ ସେବନ କରନ୍ତୁ । ଫଳରେ ଶରୀରର ଓଜନ ବୃଦ୍ଧି ହେବା ସହ ଦୁର୍ବଳତା ଦୂର ହୋଇଥାଏ ।
ତ୍ୱଚାରେ ଥିବା ଦାଗ: ଆଜିକାଲିର ବିଶୃଙ୍ଖଳିତ ଖାଦ୍ୟ ପାନୀୟ ଯୋଗୁଁ ଅନେକ ବ୍ୟକ୍ତିଙ୍କ ତ୍ୱଚାରେ ଦାଗ ହୋଇଯାଇଥାଏ । ସେଥିପାଇଁ ସେମାନଙ୍କୁ ଖାଲି ପେଟରେ କଦଳୀ ସେବନ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ତ୍ୱଚାର ରଙ୍ଗ ଗୋରା ହେବା ସହ ସମସ୍ତ ଦାଗ ଦୂର ହେବ ଏବଂ ତ୍ୱଚା ଚମକିବ ।