ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରତ୍ୟେକ ଋତୁରେ କଦଳୀ ବଜାରରେ ମିଳେ । କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ, ଏଥିରୁ ଭିଟାମିନ୍, ଖଣିଜ ଲବଣ, ମିନେରାଲସ୍ ଏବଂ ପୌଷ୍ଟିକ ତତ୍ୱ ମିଳିଥାଏ । ଏହା ଶରୀରରେ ଅନେକ ରୋଗ ଦୂର କରିବାରେ ପୂର୍ଣ୍ଣ ସହାୟକ ହୋଇଥାଏ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏହା ଶରୀରରେ ଜମାଟ ବାନ୍ଧିଥିବା ଚର୍ବିକୁ ହଟାଇଥାଏ ।
କଦଳୀ ଶରୀରରେ ପାଚନ ଶକ୍ତିକୁ ସଠିକ୍ ରଖିଥାଏ ଏବଂ ଏହାସହିତ ଏଥିରୁ ଭରପୁର ମାତ୍ରାରେ ଫାଇବର ମିଳିଥାଏ କିନ୍ତୁ କଦଳୀ ଶରୀର ପାଇଁ ଯେତିକି ଲାଭଦାୟକ, ସେହିପରି ଅଦରକାରୀ ଭାବି ଫୋପାଡି ଦେଉଥିବା କଦଳୀ ଚୋପା ମଧ୍ୟ ଖୁବ୍ ଉପକାରୀ ହୋଇଥାଏ । ଏହା ଅନେକ ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ । ଏହି ଚୋପା ଶରୀରରେ ରକ୍ତ ଚାପ ସମସ୍ୟାକୁ ଦୂର କରେ । ଯେଉଁ ବ୍ୟକ୍ତି ରକ୍ତ ଚାପ ଜନିତ ସମସ୍ୟାରେ ପୀଡିତ ସେମାନେ କଦଳୀ ଚୋପା ଖାଇବା ଉଚିତ୍ । ଏହାସହିତ ଏହା ଆଖି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ।
କଦଳୀ ଚୋପା ସେବନ କରିବା ଦ୍ୱାରା ଆଖିରେ ହୋଇଥିବା ଗମ୍ଭୀର ସମସ୍ୟାରୁ ମୁକ୍ତି ମିଳି ପାରିବ । କଦଳୀ ଚୋପାରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ଥାଏ ଏହା ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । ଏହାସହିତ ଆପଣ କଦଳୀ ଚୋପା ସେବନ କରି ଶରୀରର ଚର୍ବିକୁ ଦୂର କରିପାରିବେ । ଏଥିରେ ବିଭିନ୍ନ ପ୍ରକାରର ତତ୍ୱ ମିଳିଥାଏ ଯାହା ଶରୀରର ମୋଟାପାକୁ ଦୂର କରିବା ସହ ପାଚନ ଶକ୍ତି ସଠିକ୍ ରହିଥାଏ ।