ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବ୍ଲାକ କଫିରେ ସବୁଠାରୁ ମହତ୍ୱପୂର୍ଣ୍ଣ ତତ୍ୱ ହେଉଛି ପୋଟାସିୟମ ଏବଂ କ୍ୟାଲସିୟମ । ଏହା ଆପଣଙ୍କ ହାର୍ଟ ପାଇଁ ଲାଭକାରୀ ହୋଇଥାଏ । ଏଥିରେ କମ କ୍ୟାଲୋରୀ ଏବଂ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥିବା ହେତୁ ଏହା କର୍କଟ ଭଳି ରୋଗକୁ ବି ରୋକ ଲଗାଇବାର ସହାୟକ ହୋଇଥାଏ । ଏହାସହିତ ପେଟ ସମସ୍ୟା ତଥା ଗ୍ୟାସ, କୋଷ୍ଠକାଠିନ୍ୟ ଆଦିକୁ କମ କରିବା ସହ ମଧୁମେହ ସୃଷ୍ଟି କରିବାର ଆଶଙ୍କା କମ କରିଥାଏ । ଏହାବ୍ୟତିତ ଶରୀରରେ ଏନର୍ଜି କରିଥାଏ ବ୍ଲାକ କଫି । ତେବେ ଆଜି ଆସନ୍ତୁ ଜାଣିବା ବ୍ଲାକ କଫିର ଫାଇଦା ବିଷୟରେ..
– ବିନା ଚିନି ବିଶିଷ୍ଟ ବ୍ଲାକ କଫି ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ତତ୍ୱ ଜୀବାଣୁ ଦୂର ହୋଇଥାଏ । ଏହାଦ୍ୱାରା ପେଟ ସଫା ରହିଥାଏ ।
– ଡିପ୍ରେସନରୁ ଦୁରେଇବାରେ କଫି ସହାୟତା ହୋଇଥାଏ । ଏହାସହିତ ମନ ଫୂର୍ତ୍ତି ରହିଥାଏ ।
– ଯକୃତକୁ ସୁସ୍ଥ ରଖିବାର ସହାୟକ ହୋଇଥାଏ କଫି । ଏହାସହିତ କର୍କଟ ରୋଗରୁ ବି ରକ୍ଷା ମିଳିଥାଏ ।
– ବ୍ଲାକ କଫି ସେବନ ଦ୍ୱାରା ମଧୁମେୟ ରାଗ ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ବିନା ଚିନିର ବ୍ଲାକ କଫି ସେବନ କରିବା ଉଚିତ୍ ।
– ସେହିପରି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ବ୍ଲାକ କଫି । ଏହାଦ୍ୱାରା ଶରୀର ପତଳା ରହିବା ସହିତ ଶରୀରକୁ ଶକ୍ତି ମିଳିଥାଏ ।