ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟପ୍ରତି ଆପଣମାନେ ସମସ୍ତେ ନିହାତି ଭାବେ ସଜାଗ ରହିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି ସ୍ୱାସ୍ଥ୍ୟ ପାଇଁ ବନ୍ଧାକୋବି ଖୁବ୍ ଉପଯୋଗୀ ହୋଇଥାଏ । ସେଥିପାଇଁ ଏହାକୁ ବ୍ୟବହାର କରିବା ନିହାତି ଆବଶ୍ୟକ ।
ପ୍ରକୃତରେ ଖୀରରୁ ଯେତିକି କ୍ୟାଲସିୟମ ବନ୍ଧାକୋବିରୁ ମିଳିଥାଏ, ସେତିକି କ୍ୟାଲସିୟମ ବନ୍ଧାକୋବିରୁ ବି ମିଳିଥାଏ । ବନ୍ଧାକୋବିରେ ଫାଇବର, ବିଟା କେରୋଟିନ୍, ଭିଟାମିନ୍ ବି୧, ବି୬, ଭିଟାମିନ୍ କେ, ଇ ତଥା ସି ବ୍ୟତିତ ଆନକ ଭିଟାମିନ୍ ରହିଛି । ଏହାସହିତ ବନ୍ଧାକୋବି ସ୍ୱାସ୍ଥ୍ୟ, ତ୍ୱଚା, ଏବଂ କେଶ ପାଇଁ ବେଶ ଉପଯୋଗୀ ହୋଇଥାଏ ।
– ବନ୍ଧାକୋବିରେ ଖୀର ସମାନର କ୍ୟାଲସିୟମ ରହିଛି । ଯାହା ଆପଣଙ୍କ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଏହାସହିତ ପେଟ ବିନ୍ଧା ପାଇଁ ବନ୍ଧାକୋବି ଲାଭକାରୀ ହୋଇଥାଏ ।
– ବନ୍ଧାକୋବିରୁ ମିଳୁଥିବା ପୋଷକ ତତ୍ୱ କର୍କଟ ଭଳି ରୋଗ ହେବାରେ ରୋକି ଥାଏ । ପ୍ରକୃତରେ ବନ୍ଧାକୋବିରେ ଥିବା ଡିଆଇଏମ, ସିନିଗ୍ରୀନ, ଲ୍ୟୁପେଲ, ସଲ୍ଫୋରେନ୍ ଭଳି ତତ୍ୱ ରହିଛି । ଏହି ସମସ୍ତ ତତ୍ୱ କର୍କଟ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
– ପୋଷକ ତତ୍ୱରେ ଭରପୁର ବନ୍ଧାକୋବି । ଏଥିରେ ଅଧିକ ମାତ୍ରାରେ ଆମିନୋ ଏସିଡ ରହିଛି । ଯାହା ଆଂଠୁ ଗଣ୍ଠି ଫୁଲାକୁ କମ କରିବାରେ ସହାୟକ ହୋଇଥାଏ ।
– ସେହିପରି ବନ୍ଧାକୋବିରେ ଅକ୍ସିଡେଣ୍ଟ ମାତ୍ରାରେ ରହିଛି । ଯାହା ତ୍ୱଚା ପାଇଁ ବେଶ ଲାଭକାରୀ ।