ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସବୁଦିନ ଗାଧୋଇବା ଦ୍ୱାରା ଶରୀର ସୁସ୍ଥ ରୁହେ ଏକଥା ତ ଆମେ ସମସ୍ତେ ଜାଣିଛୁ କିନ୍ତୁ ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବା ନାଁ ଶୁଣିଲା ମାତ୍ରେ ହିଁ ଦେହ ଥରିଯାଏ । ହେଲେ କଣ ଆପଣ ଜାଣନ୍ତି ଶୀତଦିନେ ସବୁଦିନ ଗାଧୋଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ ।
ଶୀତ ଦିନେ ସାଧାରଣରେ ଆମେ ଗରମ ପାଣିରେ ଗାଧୋଇବାକୁ ଭଲପାଉ ଏବଂ ଗରମ ପାଣିରେ ଅଧିକ ସମୟ ମଧ୍ୟ ଗାଧୋଇ ଥାଉ ହେଲେ ଗରମ ପାଣିରେ ଅଧିକ ସମୟ ଗାଧୋଇବା ଦ୍ୱାରା ସ୍କିନ୍ ର ଗ୍ଳୋ କମିଯାଏ ।
ତ୍ୱଚା ଉପରେ ପୁର୍ବରୁ କରାଯାଇଥିବା କିଛି ରିର୍ସଚ ଅନୁସାରେ, ଆମ ସ୍କିନ ନିଜକୁ ସୁସ୍ଥ ରଖିବା ପାଇଁ କିଛି ଭଲ ବ୍ୟାକ୍ଟେରିୟା ମଧ୍ୟ ଜନ୍ମ କରିଥାଏ, ଯାହା ଆମ ତ୍ୱଚାକୁ କେମିକାଲ୍ସ ଟକ୍ସିକରୁ ରକ୍ଷା କରିଥାଏ । ହେଲେ ଶୀତ ଦିନେ ଗରମ ପାଣିରେ ଗାଧୋଇବା ଦ୍ୱାରା ଏହା ସେହି ବ୍ୟାକ୍ଟେରିୟା ମାନଙ୍କୁ ନଷ୍ଟ କରିଦେଇଥାଏ । ଫଳରେ ଆମ ତ୍ୱଚା ସୁଷ୍କ ହୋଇଯାଏ ।
ଏଥିପାଇଁ ଶୀତଦିନେ ନିହାତି ଆବଶ୍ୟକ ନଥିଲେ ସପ୍ତାହରେ ୩-୪ ଦିନ ଗାଧୋଇବା ଦରକାର ।