ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧନିଆ ପତ୍ରରେ ପୋଷକ ତତ୍ୱ ଭରପୁର ହୋଇ ରହିଛି । ଯାହା ମଣିଷ ଶରୀର ପାଇଁ ବେଶ ଫାଇଦା ହୋଇଥାଏ । ଏହି ପତ୍ରକୁ ଅନେକ ଲୋକ ସେବନ କରିଥାନ୍ତି । କିନ୍ତୁ କିଛି ଲୋକ ପତ୍ରକୁ ବିଲକୁଲ୍ ବି ସେବନ କରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏହି ଧନିଆ ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ । ଏହାର ଫାଇଦା ବିଷୟରେ ଜାଣିବା ପରେ ଯେଉଁ ବ୍ୟକ୍ତି ଧନିଅ ପତ୍ର ସେବନ କରୁନିଥିବେ ସେମାନେ ବି ଏହି ପତ୍ର ସେବନ କରିବା ଆରମ୍ଭ କରିଦେବେ ।
– ଧନିଆ ପତ୍ରରେ ଭିଟାମିନ୍ ଏ ଏବଂ ସି ଭରପୁତ ମାତ୍ରାରେ ରହିଛି । ଯାହା ରୋଗ ପତିରୋଧକ କ୍ଷମତା ବଢାଇବାରେ ସହାୟକ ହୋଇଥାଏ । ଯେଉଁଥିପାଇଁ ଆପଣ ବାରମ୍ବାର ରୋଗରେ ପଡିବେ ନାହିଁ ।
– ନିୟମିତ ଧନିଆ ପତ୍ର ସେବନ କରିବା ଦ୍ୱାରା ପାଚନ ଶକ୍ତି ମଜବୁତ ହୋଇଥାଏ । ଏହାସହିତ ପାଚନ ସମ୍ବନ୍ଧୀୟ ସମସ୍ୟା ବି ଦୂର ହୋଇଥାଏ ।
– ପେଟ ଦରଜ, ପେଟ ଗ୍ୟାସ ଭଳି ସମସ୍ୟା ରେ ଧନିଆ ପତ୍ର ଲାଭକାରୀ ହୋଇଥାଏ । ନିୟମିତ ଧନିଆ ପତ୍ର ସେବନ କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ ।
– ଝାଡ ସମସ୍ୟା ହେବା ଦ୍ୱାରା ଧନି ପତ୍ର ବାଟିକି ସେବନ କରିବା ଦ୍ୱାରା ଫାଇଦା ହୋଇଥାଏ ।