ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶୁଣିବାକୁ ମିଳେ ଯେ ପୁରୁଷମାନେ ବିବାହର କିଛି ଦିନ ପରେ ତାଙ୍କ ଜୀବନସାଥୀଙ୍କ ସହ ବୋର ହୋଇ ଯାଇଥାନ୍ତି । କିନ୍ତୁ ଏହା ବିଲକୁଲ ଭୁଲ କାରଣ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ବହୁତ ଶୀଘ୍ର ସଂପର୍କରେ ବୋର ହୋଇ ଯାଇଥାନ୍ତି । ହୁଏତ ଅନେକ ସମୟରେ ଶୁଣିଥିବେ ପୁରୁଷମାନେ ଭିନ୍ନ ଭିନ୍ନ ମହିଳାଙ୍କ ସହ ସଂପର୍କରେ ରହିଥାନ୍ତି ।ପୁରୁଷମାନେ ଭଲ ପାଇବା କ୍ଷେତ୍ରରେ ସବୁବେଳେ ଆଗରେ ରହିଥାନ୍ତି । କିନ୍ତୁ ଯଦି ତାଙ୍କୁ ଜଣେ ସତ ଭଲ ପାଇବା ମହିଳା ମିଳିଯାଆନ୍ତି, ତେବେ ସେ ସଂପର୍କକୁ ମଜବୁତ କରିବା ପାଇଁ ଯାହା ମାନେ ତାହା କରି ପକାନ୍ତି । କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ । କାରଣ ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟେ ସଂପର୍କ ସହ ରହି ପାରନ୍ତି ନାହିଁ । ସେମାନେ ବୋର ହୋଇ ଯାଆନ୍ତି ।
ନୂଆ-ନୂଆ ଭଲ ପାଇବାର କଥା ସଂପୂର୍ଣ୍ଣ ଅଲଗା ହୋଇଥାଏ । କାରଣ ସେତେବେଳେ ଜୀବନସାଥୀ ଦୁହେଁ ଦୁହିଁଙ୍କୁ ଅତ୍ୟନ୍ତ ଭଲ ପାଇବା ଦେଇଥାନ୍ତି, ଏବଂ ସବୁ କଥାରେ ଖାପ ଖୁଆଇ ଚାଲିବାକୁ ପ୍ରତିଶୃତି ଦେଇଥାନ୍ତି । କିନ୍ତୁ ସମୟ ବଦଳିବା ଅନୁୁଯାୟୀ ସେହି ସବୁ ପ୍ରତିଶୃତିକୁ ଭୁଲି ଯାଇଥାନ୍ତି ମହିଳାମାନେ । ସବୁକଥାରେ ଜିଦି କରିବା, ଅଧିକ ଅଶା କରିବା ଆଦି ସ୍ୱଭାବ ମହିଳାମାନଙ୍କଠାରେ ଦେଖାଯାଇଥାଏ । ଯାହାଫଳରେ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ ।
ଭଗବାନ ମହିଳାମାନଙ୍କୁ ଏଭଳି ଗଢିଛନ୍ତି,ଯେଉଁମାନଙ୍କୁ ସହଜରେ ଗୋଟେ ଜିନିଷ ପସନ୍ଦ ଆସିନଥାଏ,ବାରମ୍ବାର ତାଙ୍କର ମନ ବଦଳେଇ ଥାନ୍ତି । ଯେଉଁଥି ପାଇଁ ତାଙ୍କୁ ପର ମୁହୁର୍ତ୍ତରେ ପଶ୍ଚ୍ୟାତାପ କରିବାକୁ ପଡିଥାଏ ।