ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ କାକୁଡିକୁ ସାଲାଡରେ ବ୍ୟବହାର କରାଯାଇଥାଏ । ବିନା କାକୁଡିରେ ସାଲାଡ ପୂରା ଫିକା ଲାଗେ । ଅନ୍ୟପଟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କାକୁଡି ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା କାକୁଡି ଖାଇବାର କିଛି ବିଶେଷ ଫାଇଦା ।
ଯେଉଁ ବ୍ୟକ୍ତି ନିଜ ଫିଟନେସ୍ କୁ ନେଇ ସଜାଗ ରହିଥାନ୍ତି ଏବଂ ନିଜର ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହାଁନ୍ତି, ସେମାନଙ୍କୁ ଡାଇଟରେ କାକୁଡି ସାମିଲ କରିବା ଉଚିତ୍ । ପ୍ରକୃତରେ କାକୁଡିରେ ୯୫ ପ୍ରତିଶତ ପାଣି ଥାଏ, ଯାହାଦ୍ୱାରା ମୋଟାବଲିଜିମ୍ ମଜବୁତ ହୋଇଥାଏ । ଏହାସହିତ କାକୁଡି ଖାଇବା ଦ୍ୱାରା ପେଟ ଭରି ଯାଇଥାଏ ଏବଂ ଅନ୍ୟ ଓଜନ ବଢାଇବା ଖାଦ୍ୟରୁ ରକ୍ଷା ପାଇଯାନ୍ତି ।
ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି କାକୁଡି କର୍କଟ ରୋଗ ଭଳି ବିପଦକୁ କମ କରିଥାଏ । ଏକ ଗବେଷଣା ଅନୁଯାୟୀ କାକୁଡିରେ ଥିବା ପ୍ରୋଟିନ ଆମ ଶରୀରରେ କର୍କଟ ରୋଗ ସହ ଲଢିବାର କ୍ଷମତା ସୃଷ୍ଟି କରିଥାଏ । ଏହା କର୍କଟ ଏବଂ ଟ୍ୟୁମର ର ବିକାଶକୁ ରୋକି ଥାଏ ।
କାକୁଡି ଶରୀରରେ ଇମ୍ୟୁନିଟି ଶକ୍ତିକୁ ମଜବୁତ କରାଇବାରେ ସାହାର୍ଯ୍ୟ କରିଥାଏ । ଏହା କାକୁଡିରେ ଥିବା ଭିଟାମିନ୍ ସି,ବିଟା କ୍ୟାରୋଟିନ୍ ଭଳି ଆଣ୍ଟି ଅକ୍ସିଡେଣ୍ଟ କାରଣରୁ ହୋଇଥାଏ । ଏହି ପୋଷକ ତତ୍ୱ ଶରୀରରେ ଥିବା ଫ୍ରି ରେଡିକଲ୍ସକୁ ଦୂର କରିଥାଏ ।