ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁଣ୍ଠୁି କୁ ଖାଦ୍ୟରେ ବ୍ୟବହାର କରାଯାଇଥାଏ । କିନ୍ତୁ ସୁଣ୍ଠିର ପ୍ରୟୋଗ ଆର୍ୟୁବେଦିକ ଔଷଧୀ ରୂପେ ମଧ୍ୟ କରାଯାଇଥାଏ । ଏହା ଶରୀର ପାଇଁ ବେଶ୍ ଲାଭକାରୀ । ଏହା ଆର୍ଥାଇଟସ୍ ରୁ ନେଇ ଶ୍ୱାସ ରୋଗ ପାଇଁ ମଧ୍ୟ ଅତ୍ୟଧିକ ଗୁଣକାରୀ । ଏହାବ୍ୟତିତ କୋଷ୍ଠକାଠିନ୍ୟ, ଗ୍ୟାସ, ଦାନ୍ତ, ପେଟ ଦରଜ ଆଦିରେ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୁଣ୍ଠିର ଔଷଧୀୟ ଲାଭ ବିଷୟରେ..
– କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆପଣ ସୁଣ୍ଠି ବ୍ୟବହାର କରିପାରିବେ । ସେଥିପାଇଁ ଆପଣ ଧନିଆ ଏବଂ ସୁଣ୍ଠିକୁ ମିଶାଇ ଏକ କାଢା ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ନିତ୍ୟ ସେବନ କରନ୍ତୁ । ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯିବ ।
– ଆର୍ଥାଇଟସ ସମସ୍ୟା ଛୁଟକାରା ପାଇବା ପାଇଁ ଆପଣ ଜୁଆଣୀ, ସୁଣ୍ଠି ଏବଂ ହରଡକୁ ସମାନ ମାତ୍ରାରେ ମିଶାଇ ତାର ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୁର୍ଣ୍ଣକୁ ପାଣିରେ କିଛି ସମୟ ପର୍ଯ୍ୟନ୍ତ ଫୁଟାଇବା ପରେ ସେହି ପାଣି ଛାଣିକି ପିଅନ୍ତୁ । ଏଭଳି କରିବା ଦ୍ୱାରା ଏହି ରୋଗରୁ ଆରାମ ମିଳିବ ।
– ପେଟ ଯନ୍ତ୍ରଣା ସମସ୍ୟ ବେଶ ଫଳଦାୟୀ ହୋଇଥାଏ ସୁଣ୍ଠି । ଏହି ପଟ ଯନ୍ତ୍ରଣା ସମସ୍ୟାରୁ ଛୁଟକାରା ପାଇବା ପାଇଁ କଳା ଲୁଣ, ସୁଣ୍ଠି ଏବଂ ହେଙ୍ଗୁର ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣକୁ ବ୍ୟବହାର କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ଆରାମ ମିଳିଥାଏ ।
– ଯଦି ଆପଣଙ୍କର ଲଗାତର ଭାବେ ହିକ୍କା ହେଉଥିବ ତେବେ ସେଥିପାଇଁ ଖୀରରେ ସୁଣ୍ଠିଂକୁ ଫୁଟାଇ ଥଣ୍ଡା କରି ନିଅନ୍ତୁ । ଏହାପରେ ସେହି ଖୀରକୁ ପିଇବା ଦ୍ୱାରା ହିକ୍କା ବନ୍ଦ ହୋଇଯାଇଥାଏ ।
– ପାଚନ କ୍ରିୟାକୁ ମଜବୁତ କରିଥାଏ ସୁଣ୍ଠି । ଏହାସହିତ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।