ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରାୟତଃ ଅନେକ ଲୋକ ଡାଳିମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଯେପରି ସ୍ୱାଦିଷ୍ଟ ସେହିଭଳି ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । କିନ୍ତୁ ଆପଣ ଜାଣିଛନ୍ତି କି? ଅଦରକାରୀ ଭାବି ଫୋପଡି ଦେଉଥିବା ଡାଳିମ୍ବ ଚୋପା ମଧ୍ୟ ଖୁବ୍ ଗୁଣକାରୀ । ଏଥିରେ ଥିବା ଭିଟାମିନ ଏ, ବି, ସି ଏବଂ ଫସଫରସ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ ।
– ପ୍ରଥମେ ଡାଳିମ୍ବ ଚୋପାକୁ ଶୁଖାଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ଏକ ଗ୍ଲାସ ପାଣିରେ ମିଶାଇ ଦିନ ଯାକରେ ଦୁଇଥର କୁଳକୁଜା କରନ୍ତୁ । ଏଭଳି କରିବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ଦୂର ହୋଇଥାଏ ।
– ଏହାବ୍ୟତୀତ ଆପଣ ଏହି ପାଉଡରକୁ ଯେକୌଣସି ତେଲରେ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହା ଖରା ପ୍ରଖରରୁ ରକ୍ଷା କରିଥାଏ ।
– ଏହି ଡାଳିମ୍ବ ଚୋପା ପାଉଡରରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ । ଏହାଦ୍ୱାରା କୁଞ୍ଚନ (ରିଙ୍କଲ) ଦୂର ହୋଇଥାଏ ।