ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାନ ମଧୁରୀ ସେବନ ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ପାଟି ଦୁର୍ଗନ୍ଧ କମ ହେବା, ପେଟ ସମ୍ବନ୍ଧୀୟ ସମସ୍ୟା, ପାଚନ ଶକ୍ତି ବୃଦ୍ଧି, ପେଟ ଜଳା ପୋଡା ବନ୍ଦ ହେବା ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ପାନମଧୁରୀରେ ଥିବା ଫାଇବର ମୋଟାପଣ କମ କରିବାରେ ସହାୟକ ହୋଇଥାଏ । ସେଥିପାଇଁ ପାଣି ପିଆ ଯାଇଥାଏ । ଏପର୍ଯ୍ୟନ୍ତ ଆପଣ ପାନମଧୁରୀର ଭିନ୍ନ ଭିନ୍ନ ପ୍ରକାରର ଫାଇଦା ବିଷୟରେ ଶୁଣିଥିବେ କିନ୍ତୁ ପାନମଧୁରୀ ଚା ବିଷୟରେ ଶୁଣିଛନ୍ତି କି? ପାନମଧୁରୀ ଚା ଦ୍ୱାରା ଅଲଗା ପ୍ରକାରର ଫାଇଦା ମିଳିଥାଏ ।
କିଭଳି କରିବେ ପାନମଧୁରୀ ଚା; ପ୍ରଥମେ ଦୁଇ କପ ପାଣି ନିଅନ୍ତୁ । ଏହାପରେ ଗୋଟେ ଚାମଚ ପାନମଧୁରୀ ସେଥିରେ ପକାଇ ଫୁଟାନ୍ତୁ । ସେଥିରେ ସାମାନ୍ୟ ମହୁ ମିଶାନ୍ତୁ । ଏହାପରେ ଆପଣଙ୍କ ଚା ପ୍ରସ୍ତୁତ ।
ଫାଇଦା; ପେଟ ପାଇଁ ରାମବାଣ ପାନମଧୁରୀ ଚା । ଏହି ଚା ପିଇବା ଦ୍ୱାରା ଗ୍ୟାସ ଦୂର ହୋଇଥାଏ ଏବଂ ପାଚନ ତନ୍ତ୍ର ଠିକ୍ ରହିଥାଏ ।
– ଏହି ଚା ପିଇବା ଦ୍ୱାରା ଏସିଡିଟି, ଡାଏରିଆ, ପେଟ ଯନ୍ତ୍ରଣାର ଆରମ ମିଳିଥାଏ ।
– ଋତୁଶ୍ରାବ ସମୟରେ ପାନମଧୁରୀ ଚା ପିଇବା ଦ୍ୱାରା ଆରମ ମିଳିଥାଏ ।
– ଏହି ଚା ଶରୀରରେ ରକ୍ତ ସଫା କରିବାରେ ସହାୟକ ହୋଇଥାଏ ।
– ଲିଭର ଏବଂ କିଡନୀକୁ ମଧ୍ୟ ପ୍ୟୁରିଫାଇ କରିବାରେ ସହାୟକ ହୋଇଥାଏ ।
– ଶରୀରରେ ଜମା ହୋଇଥିବା ଚର୍ବିକୁ କମ କରିଥାଏ ଏବଂ ଓଜନ ହ୍ରାସ ହୋଇଥାଏ ।