ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲୋକଙ୍କୁ ସେମାନଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ଜିନିଷ ସାମିଲ କରିବା ପାଇଁ କୁହାଯାଇଥାଏ । ସେଥିମଧ୍ୟରୁ ମେଥି ଅନ୍ୟତମ । ପ୍ରକୃତରେ ମେଥିରେ କ୍ୟାଲସିୟମ , ଆୟରନ, ସେଲିନିୟମ, ମ୍ୟାଗ୍ନେସିୟମ ଭଳି ମିନେରାଲ୍ସ ଉପସ୍ଥିତ ଥାଏ । ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମେଥିର ଫାଇଦା ବିଷୟରେ…
କୋଲେଷ୍ଟ୍ରଲ କମ କରେ- ନିୟମିତ ଭାବେ ମେଥି ସେବନ କଲେ କୋଲେଷ୍ଟ୍ରଲ କା ସ୍ତର ସାମାନ୍ୟ ରହିଥାଏ । ଏହାସହିତ ଏହା ଶରୀରକୁ ମୋଟାପଣରୁ ରକ୍ଷା କରିବାର କାର୍ଯ୍ୟ କରିଥାଏ ।
ହାର୍ଟକୁ ସୁସ୍ଥ ରଖେ- ଯଦି ହୃଦ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ନିହାତି ଭାବେ ମେଥି ସେବନ କରନ୍ତୁ । ଉଚ୍ଚ ରକ୍ତଚାପ ରୋଗୀ ବି ମେଥି ସେବନ କରିପାରିବେ ।
ସୁଗାର ରୋଗୀଙ୍କ ପାଇଁ ସହାୟକ- ସୁଗାର ରୋଗୀ ପାଇଁ ମେଥି ରାମବାଣ ସଦୃଶ । ଯଦି କୌଣସି ସୁଗାର ରୋଗୀ ନିୟମିତ ସକାଳୁ ମେଥି ପାଣି ସେବନ କରିବେ ତେବେ ସୁଗାର ନିୟନ୍ତ୍ରଣ ହୋଇ ପାରିବ ।
କୋଷ୍ଠକାଠିନ୍ୟ ଦୂର- ମେଥି ପତ୍ରକୁ ପାଣିରେ ସିଝାଇ ସେହି ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
ଶରୀର ଦରଜ ଦୂର- ଔଷଧ ରୂପେ ମେଥି କାମ କରିଥାଏ । ଏହା ଶରୀରର ଦରଜକୁ ଦୂର କରିଥାଏ ।