ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସୁସ୍ଥ ଶରୀର ପାଇଁ ମାଛ ସେବନ କରିବା ନିହାତି ଜରୁରୀ । ଏହାଦ୍ୱାରା ଶରୀରର ଅନେକ ରୋଗ ଦୂର ହୋଇଥାଏ ଏବଂ ବ୍ୟକ୍ତି ନିଜକୁ ଶକ୍ତିଶାଳୀ ଅନୂଭବ କରିଥାନ୍ତି । ଆଜି ଆମେ ସେହି ରୋଗ ବିଷୟରେ କହିବୁ ଯେଉଁ ରୋଗ ପାଇଁ ମାଛ ସେବନ କରିବା ଲାଭଦାୟୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା..
ଆଣ୍ଠୁ ଗଣ୍ଠି ବାତ ସମସ୍ୟା: ପ୍ରକୃତରେ ମାଛରେ ଅନେକ ଭିଟାମିନ୍ସ ଏବଂ ମିନେରାଲ୍ସ ରହିଥାଏ । ଯାହା ଗଣ୍ଠି ବାତ ରୋଗ ପାଇଁ ଫାଇଦା ହୋଇଥାଏ । ଏହାଦ୍ୱାରା ଆଣ୍ଠୁ ଗଣ୍ଠି ବାତ ରୋଗ ଦୂର ହୋଇଥାଏ । ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ବାତ ସମସ୍ୟା ଅଛି ତେବେ ମାଛ ସେବନ କରନ୍ତୁ । ଏହା ଆପଣଙ୍କ ପାଇଁ ଉପଯୋଗୀ ହେବ ।
ଡିମୋଶିୟା : ପ୍ରକୃତରେ ଡିମୋଶିୟା ଏକ ମାନଶିକ ରୋଗ । ଯାହାଦ୍ୱାରା ବ୍ୟକ୍ତିଙ୍କର ସ୍ମରଣଶକ୍ତି କମ ହୋଇଯାଇଥାଏ । ଏହି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ମାଛ ସେବନ ନିହାତି ଆବଶ୍ୟକ । ମାଛ ସେବନ ଦ୍ୱାରା ଡିମୋଶିୟା ରୋଗ ଦୂର ହୋଇଥାଏ । ଏହାସହିତ ମଣିଷ ନିଜକୁ ସୁସ୍ଥ ଏବଂ ଶକ୍ତିଶାଳୀ ଅନୁଭବ କରିଥାନ୍ତି ଏବଂ ଶରୀର ସୁସ୍ଥ ରହିଥାଏ ।
ହୃଦରୋଗ ସମସ୍ୟା: ହୃଦରୋଗ ପାଇଁ ମାଛ ସେବନ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ହାର୍ଟର କାର୍ଯ୍ୟ ପ୍ରଣାଳୀ ଭଲ ହୋଇଥାଏ ଏବଂ ବ୍ୟକ୍ତିର ହାର୍ଟ ସୁସ୍ଥ ରହିଥାଏ । ସେଥିପାଇଁ ଯଦି କୌଣସି ବ୍ୟକ୍ତିଙ୍କର ହୃଦ୍ ସମ୍ବନ୍ଧୀୟ ସମସ୍ୟା ରହିଥାଏ, ତେବେ ସେମାନେ ନିୟମିତ ମାଛ ସେବନ କରନ୍ତୁ । ଏହାଦ୍ୱାରା ଶରୀର
ଶକ୍ତି ମିଳିବା ସହ ରୋଗରୁ ମୁକ୍ତି ହେବେ ।