ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୁଆଣୀକୁ ଉଭୟ ମସଲା ଓ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ । ଜୁଆଣୀ କେବଳ ଖାଦ୍ୟର ସ୍ୱାଦକୁ ବଢାଇଥାଏ ତାହା ନୁହେଁ , ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ପାଟିରେ ଜୁଆଣୀର କିଛି ଦାନା ଚୋବାଇବା ଦ୍ୱାରା ପାଟିର ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଜୁଆଣୀ ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ । ଜୁଆଣୀରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଲୁହା, ତମ୍ବା, ଫସଫରସ୍, ଆୟୋଡିନ୍, କୋବାଲ୍ଟ ଏବଂ ମାଙ୍ଗାନିଜ୍ ଭଳି ଖଣିଜ ପଦାର୍ଥ ମଧ୍ୟ ରହିଥାଏ । ଏହାକୁ କାଢା ରୂପରେ ପିଇବା ଦ୍ୱାରା ମଧ୍ୟ ଶରୀରକୁ ଲାଭ ମିଳିଥାଏ ।
ତେବେ ଆସନ୍ତୁ ଜୁଆଣୀର କାଢା ସେବନ ଦ୍ୱାରା କେଉଁସବୁ ରୋଗରୁ ଆରମ ମିଳିଥାଏ,
– ପେଟ ଜନିତ ସମସ୍ୟା ପାଇଁ ଜୁଆଣୀ ବହୁତ ଲାଭଦାୟକ ଅଟେ । ଖରାପ ଖାଦ୍ୟ ଏବଂ ପାନୀୟ କାରଣରୁ ଅନେକ ପେଟ ସମସ୍ୟା ଯେପରିକି ବଦହଜମୀ, ପେଟ ଫୁଲିଯିବା, ପେଟରେ ଯନ୍ତ୍ରଣା ହେବା, ଇତ୍ୟାଦି ପାଇଁ ଜୁଆଣୀ ଅତ୍ୟତ ଲାଭ ଦାୟକ ଅଟେ । ଜୁଆଣୀ କାଢାରେ ଆଣ୍ଟି-ମାଇକ୍ରୋବାୟଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ରହିଛି, ତେଣୁ ଜୁଆଣୀ କାଢା ଏହି ସବୁ ସମସ୍ୟାରେ ଆରାମ ପ୍ରଦାନ କରିଥାଏ । ଜୁଆଣୀର କାଢା ଦ୍ୱାରା ହଜମ ପ୍ରକ୍ରିୟାକୁ ମଜବୁତ କରାଯାଏ, ଯାହାଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ ।
– ପ୍ରତିଦିନ ଜୁଆଣୀ ପାଣି ଖାଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ, ଯେଉଁ କାରଣରୁ ଆମ ଶରୀର ଅନେକ ରୋଗ ଏବଂ ଜୀବାଣୁରୁ ରକ୍ଷା ପାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ , ଆପଣ ଜୁଆଣୀକୁ କାଢା ରୂପେ ସେବନ କରିପାରିବେ ।
– ଋତୁ ପରିବର୍ତ୍ତନରେ ଥଣ୍ଡା ହେବା ସାଧାରଣ କଥା । ଥଣ୍ଡା ସମୟରେ ଜୁଆଣୀର କାଢା ମଧ୍ୟ ଲାଭଦାୟକ ଅଟେ । ଏହା ଆମର ଇମ୍ୟୁନସିଷ୍ଟମକୁ ଠିକ ରଖିବାରେ ସାହାର୍ଯ୍ୟ କରିଥାଏ, ଯାହା ଦ୍ୱାରା, ଆମ ଶରୀର ଅନେକ ରୋଗରୁ ରକ୍ଷା ପାଇଥାଏ ।
– ଜୁଆଣୀ କାଢାପ୍ରସ୍ତୁତ କରିବାକୁ, ଏକ ପାତ୍ରରେ ଦୁଇ କପ୍ ପାଣି ଫୁଟାନ୍ତୁ । ତା’ପରେ ଏକ ଚାମଚ ଜୁଆଣୀ ଏବଂ ଟିକେ ହଳଦୀ ପକାନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ଫୁଟାଇବାକୁ ଦିଅନ୍ତୁ । ଯେତେବେଳେ ପାଣି ଟି ଅଧା ହୋଇଯିବ ଏହାକୁ ଏକ ପାତ୍ରରେ କାଢି ଥଣ୍ଡା କରନ୍ତୁ । ଏହା ପରେ ଏଥିରେ କିଛି ମହୁ, କଳା ଲୁଣ ଏବଂ କିଛି ବୁନ୍ଦା ଲେମ୍ବୁ ରସ ସହିତ ମିଶାଇ ପିଅନ୍ତି । ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024