ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକେ ଘରୋଇ ଉପଚାର ମାନ ଆପଣାଉଛନ୍ତି । ଖାସକରି ଇମ୍ୟୁନିଟି ମଜବୁତ କରିବା ପାଇଁ ଭିଟାମିନ୍ ସି ଯୁକ୍ତ ଫଳ ସେବନ କରୁଛନ୍ତି । ସେହିପରି ଏବେ କରୋନାରୁ ରକ୍ଷା ପାଇବା ପାଇଁ ଏବେ ଲେମ୍ବୁର ଚାହିଦା ଅଧିକ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଲେମ୍ବୁରେ ଥିବା ପୋଷକ ତତ୍ୱ ଶରୀରରେ କରୋନା ଭାଇରସକୁ ବୃଦ୍ଧି ପାଇବାକୁ ଦିଏ ନାହିଁ । ଯାହାଦ୍ୱାରା କରୋନା ଭାଇରସ ତାର ସମ୍ପୂର୍ଣ୍ଣ ଶକ୍ତି ବଳରେ ଶରୀରକୁ ଆକ୍ରମଣ କରିପାରେ ନାହିଁ । ସେଥିପାଇଁ କରୋନରୁ ରକ୍ଷା ପାଇବା ପାଇଁ ଲେମ୍ବୁ ବ୍ୟବହାର କରିବା ଉଚିତ । ଏହାସହିତ ଲେମ୍ବୁର ଅନେକ ଫାଇଦା ମଧ୍ୟ ରହିଛି ।
ସେଥିପାଇଁ କରୋନ ସମୟର ଖାସ ଉପାୟରେ ଲେମ୍ବୁ ପାଣି ପ୍ରସ୍ତୁତ କରିବା ଉଚିତ୍ । ଆପଣଙ୍କୁ ଉଷୁମ ପାଣିରେ ଲେମ୍ବୁ ଚିପୁଡିକି ସେଥିରେ ଏକ ଚାମଚ ଚିନି, ଦୁଇ ଚୁମୁଟା କଳାଲୁଣ, ଦୁଇ ଚିମୁଟା ଗୋଲାମରିଚ ଗୁଣ୍ଡ ପକାଇ ପିଇବା ଉଚିତ୍ । ଆପଣ ଚାହିଁଲେ ଏଥିରେ ପୁଦିନା ଏବଂ ତୁଳସୀ ମଧ୍ୟ ପକାଇ ପାରିବେ ।
ଅନ୍ୟପଟେ ଫ୍ୟାଟ କମ କରିବା ପାଇଁ ପ୍ରତିଦିନ ସକାଳୁ ଏକ ଗ୍ଲାସ ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ଖାଲି ପେଟରେ ପିଇବା ଉଚିତ୍ । ଆପଣ ଚାହିଁଲେ ଏଥିରେ ଏକ ଚାମଚ ମହୁ ମିଶାଇ ପାରିବେ । ଯାହାଫଳରେ ଦିନ ସାରା ଏନର୍ଜିଟିକ ଫିଲ ହେବ ।