ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଅନେକ ଲୋକ ରସୁଣ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ରସୁଣ ସ୍ୱାଦ ବଢାଇବା ସମେତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ ହୋଇଥାଏ । ଖାସ୍ କରି ଖାଲି ପେଟରେ ରସୁଣ ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..
ମଧୁମେୟ, ଚିନ୍ତାଗ୍ରସ୍ତ ଏବଂ କର୍କଟ ରୋଗ ଦୂର ପାଇଁ ରସୁଣ ସେବନ କରନ୍ତୁ: ଶରୀରକୁ ଜୀବାଣୁରୁ ରକ୍ଷା କରିଥାଏ ରସୁଣ । ଏହାସହିତ ଅନେକ ରୋଗ ଯେପରିକି ମଧୁମେୟ,ଚିନ୍ତାଗ୍ରସ୍ତ ଏବଂ କର୍କଟ ରୋଗ ଦୂର କରିବାରେ ରସୁଣ ସହାୟକ ହୋଇଥାଏ । ରସୁଣ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । ଏହାସହିତ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ ।
ପାଚନ ପାଇଁ ଉପକାରୀ ରସୁଣ: ରସୁଣ ସେବନ ଦ୍ୱାରା ପାଚନ କ୍ରିୟା ସଠିକ୍ ଭାବେ ହୋଇଥାଏ । ଏହା ପେଟ ସମସ୍ୟା ଯେପରିକି ଡାଏରିଆ, କୋଷ୍ଠକାଠିନ୍ୟ ଏବଂ ଗ୍ୟାଷ୍ଟ୍ରିକ ସମସ୍ୟାରୁ ରକ୍ଷା କରିଥାଏ । ସେଥିପାଇଁ ଗରମ ପାଣିରେ ୨ ରୁ ୪ ପାଖୁଡା ରସୁଣ ପକାଇ ରାତିସାରା ଛାଡି ଦିଅନ୍ତୁ । ସକାଳୁ ଉଠି ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ । ଏହାଦ୍ୱାରା ପେଟ ସମସ୍ୟା ଦୂର ହୋଇଯିବ ।
ଆଣ୍ଟିବ୍ୟାକ୍ଟେରିୟଲରେ ଭରପୁର ରସୁଣ: ନିୟମିତ ରସୁଣ ସେବନ କରିବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ ଆଣ୍ଟିବ୍ୟାକ୍ଟେରିୟଲ ଗୁଣ ଗଳା ଦରଜରୁ ଆଶ୍ୱସ୍ତି ଦେଇଥାଏ । ଏହାବ୍ୟତିତ ଏହା ଆସ୍ଥମା, ନିମୋନିଆ, ବ୍ରୋଙ୍କାଟାଇସ ଭଳି ସମସ୍ୟାରୁ ରକ୍ଷା କରାଇଥାଏ ।
ହାର୍ଟ ପାଇଁ ଉପଯୋଗୀ ରସୁଣ: ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ରସୁଣ ସେବନ ଦ୍ୱାରା ହୃଦଘାତ ହେବା ସମ୍ଭାବନା କମ ହୋଇଥାଏ ।