ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ତେଳୁନ୍ତି ନାଁ ଧରିଲା ମାତ୍ରେ ପାଟିରେ ପାଣି ଆସି ଯାଇଥାଏ । ଏହା ସ୍ୱାଦିଷ୍ଟ ଏବଂ ପାଟିକୁ ଖଟା ମିଠା ଲାଗିଥାଏ । ତେନ୍ତୁିଳିରେ ମାଙ୍ଗାନିଜ, କ୍ୟାଲସିୟମ, ଆୟରନ ଭରପୁର ମାତ୍ରାରେ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ତେବେ ଆଜି ଆସନ୍ତୁ ଜାଣିବା ତେନ୍ତୁଳିର ଉପକାରିତା ବିଷୟରେ ।
– ନିୟମିତ ସକାଳୁ ଗୋଟେ ତେଳୁନ୍ତୁ ସେବନ କରିବା ଦ୍ୱାରା ମୋଟାପଣ ଦୂର ହୋଇଥାଏ । କାରଣ ଏଥିରୁ ହାଇଡ୍ରୋସିଟ୍ରିକ ମିଳିଥାଏ ଯାହାଦ୍ୱାରା ଶରୀରରେ ତିଆରି ହେଉଥିବା ଚର୍ବିକୁ ଧୀରେ ଧୀରେ କମ କରିଥାଏ ।
– ସେହିପରି ଯଦି ଆପଣ କର୍କଟ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ତେନ୍ତୁଳି ସେବନ କରନ୍ତୁ । ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଟ୍ୟାରଟ୍ରିକ ଏସିଡ ରହିଥାଏ । ଯାହା ଶରୀରରେ କର୍କଟ କଣିକାକୁ ବଢିବାରେ ରୋକିଥାଏ ।
– ଯଦି କୌଣସି ବ୍ୟକ୍ତିଙ୍କୁ କଙ୍କଡା ବିଛା କାମୁଡି ଦେଉଛି ତେବେ ସେହି ସମୟରେ ବି ତେନ୍ତୁଳି ବ୍ୟବହାର କରି ପାରିବେ । ସେଥିପାଇଁ ବିଛ କାଟିଥିବା ସ୍ଥାନରେ ତେନ୍ତୁଳିକୁ ଦୁଇ ଖଣ୍ଡ କରି ଲଗାଇ ଦିଅନ୍ତୁ ।
– ତେନ୍ତୁଳିରେ ଆୟରନ ଏବଂ ପୋଟାସିୟମ ରହିଥାଏ ଯାହା ରକ୍ତଚାପ ନିୟନ୍ତ୍ରଣ କରିବା ଏବଂ ଲାଲ ରକ୍ତ କଣିକା ତିଆରି କରିବାରେ ସହାୟକ ହୋଇଥାଏ ।