ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତଦିନେ ନିୟମିତ ସେବନ କରନ୍ତୁ ପିଜୁଳି । ଏହା ଶରୀର ପାଇଁ ହିତକର । ପିଜୁଳିରେ ଥିବା ଭିଟାମିନ୍ସ ଏବଂ ଖଣିଜ ପଦାର୍ଥ ଶରୀରର ଅନେକ ରୋଗକୁ ଦୂର କରିଥାଏ । ପ୍ରକୃତରେ ପିଜଳି ଏଭଳି ଏକ ଫଳ ଯାହା ଶରୀରକୁ ଆବଶ୍ୟକୀୟ ଭିଟାମିନ୍ସ ଏବଂ ମିନେରାଲ୍ସ ଯୋଗାଇଥାଏ । ଏହାସହିତ ଅନେକ ରୋଗ ପାଇଁ ଏହା ରାମବାଣ ସଦୃଶ କାମ କରିଥାଏ । ପିଜୁଳିରେ ଭିଟାମିନ୍ ବି୯ ରହିଛି, ଯାହା ଶରୀରର ଡିଏନଏ ଏବଂ କଣିକାକୁ ସୁଧାରିବାର କାମ କରିଥାଏ । ପିଜୁଳି ଖାଇବା ଦ୍ୱାରା ପେଟ ସଫା ରହିବା ସହ ହାର୍ଟ ବି ସୁସ୍ଥ ରହିଥାଏ ।
ପିଜୁଳି ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ଯଦି ଆପଣ ସର୍ବଦା ଥଣ୍ଡା କାଶ ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି , ତେବେ ପିଜୁଳି ସେବନ କରନ୍ତୁ । ପିଜୁଳିରେ ଭିଟାମିନ୍ ଏ ଏବଂ ଇ ରହିଛି । ଏହାର ଶରୀର ସମେତ ତ୍ୱଚା ପାଇଁ ଉପକାରୀ । ଏହାଦ୍ୱାରା ଆଖି , ତ୍ୱଚା ଏବଂ କେଶକୁ ପୋଷଣ ମିଳିଥାଏ ।
ପେଟ ରୋଗ ପାଇଁ ପିଜୁଳି ରାମବାଣ ସଦୃଶ । ପିଜୁଳି ସେବନ ଦ୍ୱାରା କୋଷ୍ଟକାଠିନ୍ୟ ସମସ୍ୟାଠୁ ନେଇ ସମସ୍ତ ପେଟ ସମସ୍ୟା ଦୂର ହୋଇଥାଏ । ପିଜୁଳିରେ ଭିଟାମିନ୍ ସି ରହିଛି । ଯାହା ଶରୀର ପାଇଁ ଖୁବ୍ ଲାଭକାରୀ । ପେଟ ସମେତ ଦାନ୍ତ ପାଇଁ ପିଜୁଳି ଉପଯୋଗୀ ।
ଏହାବ୍ୟତିତ କର୍କଟ ଏବଂ ଟ୍ୟୁମର ଆଶଙ୍କାକୁ ଦୂର କରିଥାଏ ପିଜୁଳି । ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ ପିଜୁଳି । ସେଥିପାଇଁ ଶୀତଦିନେ ପିଜୁଳି ସେବନ କରିବା ନିହାତି ଆବଶ୍ୟକ ।