ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ଫଳ ମଧ୍ୟରେ ପିଜୁଳି ଅନ୍ୟତମ । ଏହା ଖୁବ୍ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ହୋଇଥାଏ । ପିଜୁଳିର ଫାଇଦା ବିଷୟରେ ତ ଆପଣମାନେ ଜାଣିଥିବେ, କିନ୍ତୁ ପିଜୁଳି ପତ୍ରର ଫାଇଦା ବିଷୟରେ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା…
– ବେଳେ ବେଳେ ଅଚାନକ୍ ପେଟ ବିନ୍ଧ ଆରମ୍ଭ ହୋଇଯାଇଥାଏ, ଯାହାର ଯନ୍ତ୍ରଣା ଅସହନୀୟ ହୋଇଥାଏ । ଏହି ଯନ୍ତ୍ରଣାକୁ ଦୂର କରିବା ପାଇଁ ଆପଣ ପିଜୁଳି ପତ୍ର ସେବନ କରିପାରିବେ । ଏହାଦ୍ୱାରା ପେଟ ଯନ୍ତ୍ରଣାରୁ ଆରାମ ଅନୁଭବ ହେବ ।
– ଆଜିକାଲି ସୁଗାର ରୋଗୀ ଅଧିକ ଦେଖିବାକୁ ମିଳୁଛି । ସେମାନେ ପିଜୁଳି ପତ୍ର ଚୋବାଇବା ଦ୍ୱାରା ସୁଗାର ନିୟନ୍ତ୍ରଣ ହୋଇଥାଏ ।
– ଏହାସହିତ ପିଜୁଳି ପତ୍ର ଖାଇବା ଦ୍ୱାରା ଆଲର୍ଜି ଦୂର ହୋଇଥାଏ ।
– ନିୟମିତ ପିଜୁଳି ପତ୍ର ସେବନ କରିବା ଦ୍ୱାରା ଆସ୍ଥମା ରୋଗରୁ ଆରାମ ମିଳିଥାଏ ।