ଖରାଦିନେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଭରପୁର ମାତ୍ରାରେ ପାଣି ପିଇବା ସହିତ ଡାଏଟର ଆବଶ୍ୟକତା ମଧ୍ୟ ପଡିଥାଏ । କାରଣ ଏହି ସିଜିନ୍ ରେ ସବୁଠାରୁ ଅଧିକ ପାଚନ ସମସ୍ୟା ଉପୁଜିଥାଏ । ଗରମ ପବନ ଏବଂ ଅତ୍ୟଧିକ ଝାଳ ବୋହିବା ଯୋଗୁଁ ଶରୀର ଦୁର୍ବଳ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଶରୀର ପାଇଁ ପୃଷ୍ଟିକର ପରିବା ଜରୁରୀ । ସେହିପରି କୁନ୍ଦୁରୀ ଏଭଳି ଏକ ପରିବା ଯାହାକୁ ଖରାଦିନେ ସେବନ କରିବା ଫାଇଦା ହୋଇଥାଏ । ପୃଷ୍ଟିକର ଗୁଣରେ ଭରପୁର କୁନ୍ଦୁରୀ । ଏହାକୁ ଡାଇଟରେ ସାମିଲ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..
ଫାଇଦା:
– କୁନ୍ଦୁରୀରେ ଭିଟାମିନ୍ ସି, ଏବଂ ବି ସହିତ ଫାଇବର, ଅୟରନ, କ୍ୟାଲସିୟମ ଏବଂ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡେଣ୍ଟ ମହଜୁଦ ରହିଥାଏ । ଏହା ଇମ୍ୟୁନିଟି ବଢାଇବା ସହିତ ହାର୍ଟକୁ ସୁସ୍ଥ ରଖିଥାଏ ।
– ସେହିପରି କୁନ୍ଦୁୁରୀରେ ଥିବା ଫ୍ଲେବୋନାଇଡ ପାଇଁ ଉଚ୍ଚ ରକ୍ତଚାପ ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ରକ୍ତଚାପ ନିୟନ୍ତ୍ରଣରେ ରହିବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗର ଆଶଙ୍କା କମ ହୋଇଥାଏ ।
– ଖରାଦିନେ ପାଚନରେ ଉପୁଜୁଥିବା ସମସ୍ୟାକୁ ଠିକ୍ କରିବା ପାଇଁ କୁନ୍ଦୁରୀ ସେବନ କରିବା ଉଚିତ୍ । ଏହାକୁ ସେବନ କରିବା ଦ୍ୱାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏପରିକି କିଡନୀ ଷ୍ଟୋନ ସମସ୍ୟାର ମଧ୍ୟ କୁନ୍ଦୁରୀ ଫାଇଦା ହୋଇଥାଏ ।
– କୁନ୍ଦୁରୀରେ ଥିବା ଭିଟାମିନ୍ ସି ଇମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ ।
– ଏଥିରେ ଆଣ୍ଟି-ହାଇପରଗ୍ଲାଇସେମିକ ତତ୍ୱ ରହିଥାଏ, ଯାହା ବ୍ଲଡ ସୁଗାର ମାତ୍ରାକୁ ନିୟନ୍ତ୍ରିତ କରେ । ମଧୁମେହ ରୋଗୀ ପାଇଁ ଏହା ଉପଯୋଗୀ ।
– କୁନ୍ଦୁରୀ ସେବନ ଦ୍ୱାରା ଶରୀରରେ ଆୟରନ ଅଭାବ ଦୂର ହୋଇଥାଏ । ଶରୀରରେ ଥକାପଣ ଦୂର ହୁଏ ଏବଂ ଶରୀର ଉର୍ଜବାନ ହୋଇଥାଏ ।