ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହୁରେ ଭିଜା ହୋଇଥିବା ରସୁଣକୁ ସେବନ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହା ଏଭଳି ଏକ ଜିନିଷ ଯାହା ଆଣ୍ଟିବାୟୋଟିକ୍ ଭଳି କାମ କରିଥାଏ । ଏହା ଶରୀରକୁ ଡିଟକ୍ସ କରି ପ୍ରତ୍ୟେକ ସଂକ୍ରମଣରୁ ରକ୍ଷା କରିଥାଏ । ଏହାସହିତ ଶରୀରର ଇମ୍ୟୁନ୍ ସିଷ୍ଟମକୁ ମଜବୁତ ମଧ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ମହୁରେ ଭିଜା ହୋଇଥିବା ରସୁଣ ସେବନର ଫାଇଦା ବିଷୟରେ…
– ମହୁରେ ଭିଜା ହୋଇଥିବା ରସୁଣରେ ଭରପୁର ମାତ୍ରାର ଏଭଳି ତତ୍ୱ ମିଳେ । ଯାହାକୁ ସେବନ କରିବା ଦ୍ୱାରା ଶରୀର ଗରମ ରହିଥାଏ । ଥଣ୍ଡା, ଛିଙ୍କ, କାଶ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
– ମହୁ ଏବଂ ରସୁଣ ମିଶାଇ ସେବନ କରିବା ଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ । ଏହାସହିତ ମୋଟାପଣର ସମସ୍ୟା ଦୂର ହୋଇଥାଏ ।
– ଯଦି ଆପଣଙ୍କର ବାରମ୍ବାର ଡାଏରିଆ ସମସ୍ୟା ହେଉଥାଏ, ତେବେ ରସୁଣ ଏବଂ ମହୁ ପେଷ୍ଟର ସେବନ ଉପଯୋଗୀ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ କାମ କରିଥାଏ ।
– ହାର୍ଟ ପାଇଁ ବି ମହୁ ଏବଂ ରସୁଣ ପେଷ୍ଟ ଫାଇଦା ହୋଇଥାଏ । ଏହାସହିତ ରକ୍ତ ସଂଚାଳନ ବି ସଠିକ୍ ଭାବେ ହୋଇଥାଏ ।